Latest Odisha News

BREAKING NEWS

ମୋବାଇଲ ଛଡାଇ , ଟଙ୍କା ଲୁଟୁଥିଲେ : ବନ୍ଧା ହେଲେ ବର୍ଦ୍ଦି ବାବୁ

ସମ୍ବଲପୁର : ବର୍ଦ୍ଦି ବାବୁଙ୍କ ଦବଙ୍ଗଗିରି  । ମୋବାଇଲ ଛଡାଇବା ଓ ଟଙ୍କା ଲୁଟ ଅଭିଯୋଗରେ ଗିରଫ ହେଲେ ପୋଲିସ କର୍ମଚାରୀ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ । ସୂଚନା ଅନୁସାରେ ହଠାତ୍ କିଛି ଯୁବକ ଅଇଁଠାପାଲି ଥାନା ପାଞ୍ଚୋଗୋଚ୍ଛିଆ ନିକଟରେ ଥିବା ଏକ ପାନ ଦୋକାନକୁ ଆସି ଦେକାନୀଙ୍କୁ ଗାଳି ଗୁଲଜ କରିବା ସହ ଦୋକାନ ଭଙ୍ଗାରୁଜ୍ଜା କରିଥିଲେ । ଏପରିକି ଦୋକାନ ମାଲିକ ଉଦ୍ଦିନ ଖାନଙ୍କ ମୋବାଇଲ ଛଡାଇ ନେବା ସହ ୪ ହଜାର ୫୦୦ ଟଙ୍କା ଲୁଟି ନେଇଥିଲେ ।

ପରେ କିଛି ସ୍ଥାନୀୟ ଲୋକ ଏ ନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ଗୌତମ କାଲୁ , ସତ୍ୟ ନାରାୟଣ ପଶାୟତ, ବିଜୟ ପରୁଆ , ସଚିନ୍ଦ୍ର ପୃଷ୍ଠି ଓ ମୂରଲି ବେହେରା । ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ଦୁଇ ଜଣ ବରେଇପାଲି ଥାନାର କର୍ମଚାରୀ ସୂଚନା ମିଳିଛି । ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.