Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟର୍ ଟିଟୋ ଲିଙ୍କ୍ : ଟିଟୋ ଗ୍ୟାଙ୍ଗ୍ ର ୨ ସାର୍ପ ସୁଟରଙ୍କୁ ଗିରଫ କଲା ‘ସ୍ପେସାଲ ଟାସ୍କ ଫୋର୍ସ’

ଭୁବନେଶ୍ୱର : ଓଡ଼ିଶା କ୍ରାଇମବ୍ରାଞ୍ଚର ‘ସ୍ପେସାଲ୍ ଟାସ୍କ ଫୋର୍ସ’ ଗ୍ୟାଙ୍ଗଷ୍ଟର ଟିଟୋ ଗ୍ୟାଙ୍ଗର ୨ଜଣ ସାର୍ପ ସୁଟରଙ୍କୁ ଗିରଫ କରିଛି ।

ଏସଟିଏଫ ଡ଼ିଆଇଜି ହିମାଂଶୁ ଲାଲଙ୍କ ସୂଚନାନୁଯାୟୀ ସାର୍ପ ସୁଟର୍ ସେକ୍ ସୟଦ ଓ ବାବୁଲା ପତିଙ୍କ ନାମରେ ହତ୍ୟା ଓ ଦାଦାବଟି ଭଳି ବିଭିନ୍ନ ଅପରାଧ ମୂଳକ ୨୫ରୁ ଅଧିକ ମାମଲା ବିଭିନ୍ନ ଥାନାରେ ରହିଛି । ଏହି ଦୁଇଜଣ ସାର୍ପ ସୁଟର୍ ଟିଟୋ ଗ୍ୟାଙ୍ଗର ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

କେନ୍ଦ୍ରାପଡ଼ା ଏସଡ଼ିଜିଏମ କୋର୍ଟ ଶୁକ୍ରବାର ଦିନ ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀଙ୍କର ସମସ୍ତ ଅପରାଧିକ ରେକର୍ଡ଼ କୋର୍ଟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ।

ଏଥିସହିତ ଟିଟୋର ବାଜ୍ୟାପ୍ତି ହୋଇଥିବା ଟିଟୋର ସମସ୍ତ ସ୍ଥାବର ତଥା ଅସ୍ଥାବର ସମ୍ପତ୍ତି ସହିତ, ତା’ର ପରିବାର ତଥା ଅନ୍ୟ ସମ୍ପର୍କୀୟଙ୍କ ଜବତ ସମ୍ପତ୍ତି ତାଲିକା କୋର୍ଟରେ ଉପସ୍ଥାପନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.