Latest Odisha News

BREAKING NEWS

ଦମ୍ପତିଙ୍କ ଆଖି ଆଗରେ ଦୁଇ ପୁଅଙ୍କୁ ଦଳିଦେଲା ହାତୀ

ଝାରସୁଗୁଡ଼ା: ବାପାମାଆଙ୍କ ଆଖି ଆଦରେ ଚାଲିଗଲା ୨ ପୁଅଙ୍କ ଜୀବନ । ଦେଖୁ ଦେଖୁ ଦଳିଦେଲା ହାତୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଭଉଁରା ଗାଁ ନିକଟରେ । ହାତୀ ଆକ୍ରମଣରେ ୨ ନାବାଳକ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ, ସ୍ତ୍ରୀ ଆହତ ହୋଇଛନ୍ତି ।

ମୃତକ ହେଉଛନ୍ତି ୯ ବର୍ଷର ଧନଞ୍ଜୟ ସତନମୀ ଓ ୧୧ ବର୍ଷର ଅଭୟ ସତନମୀ । ଲେହେରାବାଈ ସତନମୀ ଓ ସ୍ୱାମୀ ଉମେଶ ରାମ ସତନମୀ ଆହତ ହୋଇଛନ୍ତି । ଉଭୟଙ୍କୁ ବନ ବିଭାଗ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।

ଉମେଶଙ୍କ ପରିବାରର ଦୁଇ ଦିନ ତଳେ ଇଟା ଭାଟିରେ କାମ କରିବାକୁ ଛତିଶଗଡ଼ରୁ ଆସିଥିଲେ । ବିଳମ୍ବିତ ରାତିରେ ଶୋଇଥିବା ବେଳେ ହାତୀପଲ ଆକ୍ରମଣରେ ୨ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଦମ୍ପତି ଆହତ ହୋଇଛନ୍ତି ।

Leave A Reply

Your email address will not be published.