Latest Odisha News

BREAKING NEWS

କ୍ରିମ ଲସି

ଆମ ରନ୍ଧାବଢ଼ାରୁ….

ମାର୍ଚ୍ଚ ମାସ ଆରମ୍ଭ ନହେଉଣୁ ଖରାର ପ୍ରକୋପ ଏତେ ବଢି ଯାଏ ଯେ ଆମକୁ ସବୁବେଳେ ଥଣ୍ଡା ପାନୀୟ ଆବଶ୍ୟକ ହୋଇଥାଏ। ତେବେ ବଜାରରେ ମିଳୁଥିବା ଥଣ୍ଡା ପାନୀୟ ଅପେକ୍ଷା ଘରେ ତିଆରି ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଯେହେତୁ ଏହା ତିଆରି କରିବା ପାଇଁ ଉତ୍କୃଷ୍ଟ ମାନର ଜିନିଷ ସହ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଆଯାଇଥାଏ।

ଖରାଦିନକୁ ଦୃଷ୍ଟିରେ ରଖି ଆଜି ଆମେ ଶିଖିବା ଏକ ସୁସ୍ଵାଦୁ ଥଣ୍ଡା ପାନୀୟ ‘କ୍ରିମ ଲସି’

ଆବଶ୍ୟକୀୟ ସାମଗ୍ରୀ : ସଜବସା ଦହି ଗୋଟିଏ କପ , କ୍ଷୀର ସର ଅଧ କପ, ଚିନି, କୋରା ନଡ଼ିଆ, ଟୁଟିଫ୍ରୁଟି, ଭେନିଲା ଏସେନ୍ସ, କାଜୁ, ବାଦାମ ଓ ପାନମଧୁରୀ।

ପ୍ରସ୍ତୁତି ପ୍ରଣାଳୀ : କ୍ରିମ ଲସି ପ୍ରସ୍ତୁତ କରିବା ପାଇଁ ଗୋଟିଏ କପ ଦହି, ଅଧ କପ କ୍ଷୀର ସର, ଚିନି ଓ ଭେନିଲା ଏସେନ୍ସରୁ ଦୁଇ ବୁନ୍ଦା ପକେଇ ମିକ୍ସର ଜାରରେ ଫେଣ ଆସିବା ପର୍ଯ୍ୟନ୍ତ ଗ୍ରାଇଣ୍ଡ କରି ନିଅନ୍ତୁ। ପାନମଧୁରୀକୁ ଗୁଣ୍ଡ କରି ସେଥିରେ ମିଶେଇ ଦିଅନ୍ତୁ। ତା’ପରେ ତାକୁ ଏକ ମାଟି ଗ୍ଲାସକୁ ଢାଳି ଉପରେ କୋରା ନଡ଼ିଆ, କଟା କାଜୁ, କଟା ବାଦାମ ଓ ଟୁଟିଫ୍ରୁଟି ପକେଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆମର କ୍ରିମ ଲସି। ମାଟି ଗ୍ଲାସରେ ଏହାକୁ ପିଇଲେ ପ୍ରାକୃତିକ ଭାବରେ ଥଣ୍ଡା ଲାଗିବ ।

 

Leave A Reply

Your email address will not be published.