Latest Odisha News

BREAKING NEWS

ବାରିପଦାରେ ବଜ୍ରପାତ ନେଇଗଲା ୨ଟି ଜୀବନ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ନିଶିଥପୁର ବାଲିଘାଟରେ ବଜ୍ରପାଦରେ ୨ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି ।

 

ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ଟ୍ରାକ୍ଟରରୁ ବାଲି ବାହାର କରୁଥିବା ବେଳେ ଉଭୟ ଡ୍ରାଇଭର ଏବଂ ହେଲପର୍ ଉପରେ ବଜ୍ରାଘାତ ହୋଇଥିଲା ।

ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡ଼ାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ଉଭୟ ମୃତକ ୨ଜଣ ବେଲପାଳ ଗ୍ରାମର ବୋଲି ଜଣାପଡ଼ିଛି ।

ଖବର ପାଇବା ପରେ ପୋଲିସ ଘଟଣାସ୍ଥଳକୁ ଆସି ଏହି ଘଟଣାର ତଦନ୍ତ କରିଛନ୍ତି ।

Leave A Reply

Your email address will not be published.