Latest Odisha News

କୁଲଗାମ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀର କୁଲଗାମରେ ଦୁଇ ଆତଙ୍କବାଦୀ ନିପାତ । ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ଆତଙ୍କବାଦୀ ନିପାତ ହୋଇଛନ୍ତି । ଜାମ୍ମୁ-କାଶ୍ମୀର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

କୁଲଗାମର ରେଡ଼ୱାନୀ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ସର୍ଚ୍ଚ ଅପରେସନବେଳେ ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ହୋଇଥିଲା । ବର୍ତ୍ତମାନ ମଧ୍ୟ ସେଠାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଛି । ତେଣୁ ଏବେବି ଅପରେସନ ଜାରି ରହିଛି ।

ପୁଲୱାମା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜବୁଲ ମୁଜାହିଦ୍ଦିନର ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିଲା । ନିହତ ଆତଙ୍କବାଦୀର ନାଁ ଫିରୋଜ ଅହମଦ ଦାର । ସେ ଏକାଧିକ ଆତଙ୍କବାଦ ଅପରାଧରେ ସଂଶ୍ଲିଷ୍ଟ ଥିଲେ ।

Leave A Reply

Your email address will not be published.