Latest Odisha News

ୟୁକ୍ରେନ୍‌କୁ ଟକ୍କର ଦେବା ଋଷ ପକ୍ଷେ ହେବ କଷ୍ଟକର

ନୂଆଦିଲ୍ଲୀ : ୟୁକ୍ରେନକୁ ଟକ୍କର ଦେବା ଏଣିକି ଋଷ ପକ୍ଷେ ହେବ କଷ୍ଟକର ଖୁବ୍ ଶୀଘ୍ର ଆମେରିକାଠାରୁ ୟୁକ୍ରେନ ପାଇବ ୩୧ଟି ଶକ୍ତିଶାଳୀ M1 ଆବ୍ରାହମସ୍ ଟ୍ୟାଙ୍କ ଏନେଇ ଘୋଷଣା କରିଛି ଆମେରିକା ସେପଟେ ଜର୍ମାନୀ ବି ଲିଓପାର୍ଡ ଟ୍ୟାଙ୍କ ଯୋଗାଇବାକୁ ଘୋଷଣା କରିଛି ଯୁଦ୍ଧ ପ୍ରସଙ୍ଗରେ ବୁଧବାର ଅନୁଷ୍ଠିତ ପ୍ରମୁଖ ୟୁରୋପୀୟ ରାଷ୍ଟ୍ରଙ୍କ ବୈଠକରେ ୟୁକ୍ରେନକୁ ଟ୍ୟାଙ୍କ ଯୋଗାଇବା ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ଟ୍ୟାଙ୍କ ଯୋଗାଣ ପୂର୍ବରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ

କେବଳ ଏତିକି ନୁହେଁ ୧୯୮୦ ଦଶକରେ ପ୍ରଥମ ଥର ଲାଗି ଏହି ଧରଣର ଟ୍ୟାଙ୍କର ବ୍ୟବହାର କରିଥିଲା ଆମେରିକା ସେଥିରେ ୧୨୦ ମିଲିମିଟିର ମେନ୍ ଗନ ୫୦କାଲିବର କ୍ଷମତା ବିଶିଷ୍ଟ ଟ୍ୟାଙ୍କର ୧୫୦୦ ହର୍ଷ ପାଓ୍ବାର ଟର୍ବାଇନ ଇଞ୍ଜିନ ରହିଛି ତେବେ ୟୁକ୍ରେନରେ ଆବ୍ରାହମସ ଟ୍ୟାଙ୍କ ବ୍ୟବହାରର ଯଥାର୍ଥତାକୁ ନେଇ ସନ୍ଦେହ କରିଛନ୍ତି ଆମେରିକୀୟ ପ୍ରତିରକ୍ଷା କର୍ମକର୍ତ୍ତା ଇନ୍ଧନର ପର୍ଯ୍ୟାପ୍ତ ଆବଶ୍ୟକତା ତାଲିମ ପ୍ରଦାନ କଷ୍ଟକର ହୋଇଥିବାରୁ ସେମାନେ ଟ୍ୟାଙ୍କ ଯୋଗାଣକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି

ସେପଟେ ୟୁକ୍ରେନର ବାରମ୍ବାର ଅନୁରୋଧ ସହଯୋଗୀ ରାଷ୍ଟ୍ରର ଚାପ ଯୋଗୁଁ ୧୪ଟି ଲିଓପାର୍ଡ 2 A6 ଟ୍ୟାଙ୍କ ଯୋଗାଇବାକୁ ମଧ୍ୟ ଜର୍ମାନୀ ଘୋଷଣା କରିଛି ଏହି ଟ୍ୟାଙ୍କ ପରିଚାଳନା ଲାଗି ଜର୍ମାନୀରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି ଚାନସେଲର ଓଲାଫ ସ୍କଜ

Comments are closed.