Latest Odisha News

BREAKING NEWS

୫୬ ବର୍ଷ ତଳର ଘଟଣା: ୧୦ ପରମାଣୁ ଅସ୍ତ୍ର ଅଚଳ କରିଥିଲେ କି ପରଗ୍ରହୀ

ୱାଶିଂଟନ: ୫୬ ବର୍ଷ ତଳେ ଆମେରିକାର ଏକ ମିଲିଟ୍ରି ବେସ ଉପରେ ୟୁଏଫଓ ଉଡିଥିବା ଦାବୀ କରାଯାଇଥିଲା । ଏପରିକି ଏଥିରେ ଥିବା ପରଗ୍ରହୀ ୧୦ଟି ପରମାଣୁ ଅସ୍ତ୍ରକୁ ଅଚଳ କରି ଦେଇଥିଲେ ବୋଲି ବାୟୁ ସେନାର ଜଣେ ପୂର୍ବତନ ଅଧିକାରୀ ଦାବୀ କରିଥିଲେ । ଦୀର୍ଘ ଦିନ ପରେ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଆମେରିକା ସରକାର ଅଲ ଡୋମେନ ରିଜ୍ୟୁଲେଶନ ଅଫିସକୁ ଅଧିକାରୀଜଣଙ୍କ ଦେଇଥିବା ପ୍ରମାଣକୁ ଯାଂଚ କରିବା ପାଇଁ କହିଛନ୍ତି । ୨୪ ମାର୍ଚ୍ଚ ୧୯୬୭ରେ ମୋଂଟାନାରେ ମାଲମଷ୍ଟ୍ରମ ବେସରେ ରବର୍ଟ ସାଲାସ ଡ୍ୟୁଟି କରୁଥିଲେ । ସେ ଏକ କମଳା ରଙ୍ଗର ୟୁଏଫଓକୁ ଗେଟ ସମ୍ନାରେ ଦେଖିଥିଲେ । ହଠାତ ବେସର ସତର୍କ ଘଂଟି ବାଜିଥିଲା ଏବଂ ୧୦ଟି ପରମାଣୁ ମିସାଇଲ ଅଫଲାଇନ ହୋଇ ଯାଇଥିଲ । ।

ଏହା ଏକ ପ୍ରକାର ଅଚଳ ହୋଇ ପଡିଥିଲା, ଯାହାକି ସେ ସମୟରେ ଏକ ରହସ୍ୟ ହୋଇ ଯାଇଥିଲା । ଏ ପର୍ଯ୍ୟନ୍ତ ଏହାର କାରଣ ଖୋଜା ଯାଇ ପାରିନି । ଦୀର୍ଘ ଦିନ ପରେ ଏହାର ତଦନ୍ତ ଆରମ୍ଭ ହୋଇଥିବାରୁ ସାଲାସ ବେଶ ଉତ୍ସାହିତ ଅଛନ୍ତି । ଏ ପର୍ଯ୍ୟନ୍ତ ୫୧୦ ୟୁଏଫଓ ଦେଖା ଯାଇଥିବା ବିଭିନ୍ନ ମହଲରୁ ଦାବୀ କରାଯାଇଛି । ଅତ୍ୟାଧୁନିକ ଜ୍ଞାନ କୌଶଳ ଏବଂ ଏଜେନ୍ସିଙ୍କ ଦ୍ୱାରା ଏହାର ତଦନ୍ତ କରାଯିବ ।

Leave A Reply

Your email address will not be published.