Latest Odisha News

BREAKING NEWS

ମଧୁସୂଦନ ଆଇନ୍ କଲେଜକୁ ୟୁଜିସି ମାନ୍ୟତା

କଟକ : ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ସହ ବିଶ୍ବବିଦ୍ୟାଳୟ ତାଲିକାରେ ସାମିଲ କରିଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି । ବିଶ୍ବବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ ହେବା ପରେ ୟୁଜିସି ଅଧିନିୟମ ୧୯୫୬ ଧାରା ୨(ଏଫ୍) ଅନୁସାରେ କେନ୍ଦ୍ରୀୟ ଅନୁଦାନ ପାଇବ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର କହିଛନ୍ତି, ଏହି ନିଷ୍ପତ୍ତି ରାଜ୍ୟର ଆଇନ ଶିକ୍ଷାର୍ଥୀଙ୍କ ପାଇଁ ଏକ ବଡ ସୁଯୋଗ ଏବଂ ସେମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ଦିଗରେ ସହାୟକ ହୋଇପାରିବ । ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷାନୀତି ପାଇଁ ସଫଳ ହୋଇପାରିଛି । ଏହା ଛାତ୍ରଛାତ୍ରୀଙ୍କୁ ନୂଆ ପରିଚୟ ଦେବା ସହ ରାଜ୍ୟରେ ଆଇନ ଶିକ୍ଷାର ମାନକୁ ବଢ଼ାଇ ପାରିବ ବୋଲି ମତ ରଖିଛନ୍ତି ଧର୍ମେନ୍ଦ୍ର ।

Leave A Reply

Your email address will not be published.