Latest Odisha News

ଆସନ୍ତା ମାସରେ ଆସିପାରେ ପିଲାଙ୍କ ଲାଗି ସଞ୍ଜୀବନୀ

ନୂଆଦିଲ୍ଲୀ : ଆସନ୍ତା ମାସରେ ଆସିପାରେ ପିଲାଙ୍କ ଲାଗି ସଞ୍ଜୀବନୀ । ତୃତୀୟ କିମ୍ବା ଚତୁର୍ଥ ସପ୍ତାହ ସୁଦ୍ଧା ଆରମ୍ଭ ହୋଇପାରେ ଅଭିଯାନ । ଗୁରୁତର ଅବସ୍ଥାରେ ଥିବା ଶିଶୁ ତଥା ଦୁରାରୋଗରେ ପୀଡ଼ିତ ପିଲାଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ ବୋଲି ସୂଚନା ମିଳିଛି । କୋଭାକ୍ସିନକୁ ଡିସିଜିଆଇ ଅନୁମତି ଦେବା ପରେ, ଟିକାକରଣ ସଂକ୍ରାନ୍ତ ଜାତୀୟ ବୈଷୟିକ ପରାମର୍ଶଦାତା କମିଟି ଟିକାକରଣ ପ୍ରସଙ୍ଗକୁ ଗୁରୁତ୍ବ ଦେଇ ଅଭିଯାନ ଆରମ୍ଭରେ ସହାୟତା ଦେବ । କେଉଁ ବର୍ଗର ପିଲାଙ୍କୁ ପ୍ରାଥମିକତା ଦିଆଯିବ, ସେନେଇ ତାଲିକା ପ୍ରସ୍ତୁତ କରାଯିବ ବୋଲି କମିଟି କହିଛି ।

୨ରୁ ୧୮ବର୍ଷ ପିଲାଙ୍କ ଲାଗି ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନର ଜରୁରିକାଳୀନ ବ୍ୟବହାରକୁ ଅନୁମତି ଦେବାକୁ ଡିସିଜିଆଇ ନିକଟରେ ସୁପାରିଶ କରିଥିଲା ଏସଇସି । ଭ୍ୟାକସିନର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ କମ୍ପାନୀ ଶେଷ କରିଥିବା ବେଳେ, ଗତ ଅକ୍ଟୋବର ପ୍ରଥମ ସପ୍ତାହରେ ରିପୋର୍ଟ ଦାଖଲ କରିଥିଲା । ଟ୍ରାଏଲ ରିପୋର୍ଟ ଆଧାରରେ ଏକ୍ସପର୍ଟ ପ୍ୟାନେଲ ଟିକାର ଜରୁରିକାଳୀନ ବ୍ୟବହାର ଲାଗି ଅନୁମତି ଦେଇଥିବା ବେଳେ, ଡିସିଜିଆଇକୁ ସୁପାରିସ କରାଯାଇଛି । ଡିସିଜିଆଇ ଅନୁମତି ମିଳିବା ପରେ ସାରାଦେଶରେ ୨ରୁ ୧୮ ବର୍ଷ ବୟସ୍କ ପାଇଁ ଟିକାକରଣ ଆରମ୍ଭ ହେବ ।

Leave A Reply

Your email address will not be published.