Latest Odisha News

BREAKING NEWS

ସାଇବେରିୟା ରେଲୱେ ଟ୍ରାକକୁ ଟାର୍ଗେଟ କରୁଛି ୟୁକ୍ରେନ

କୀଭ: ୟୁକ୍ରେନ ଓ ରୁଷ ଯୁଦ୍ଧ ଥମିବାରେ ନାମ ଧରୁନି । ୟୁକ୍ରେନକୁ ସହଜରେ ରୁଷ ହରାଇନେବ ବୋଲି ଭାବିଥିଲେ ମଧ୍ୟ ଏହା ଏବେ ସେମାନଙ୍କ ପାଇଁ ଆତ୍ମଘାତୀ ସାବ୍ୟସ୍ତ ହେଉଛି । ଶନିବାର ୟୁକ୍ରେନ ଘରୋଇ ଗୋଇନ୍ଦା ସଂସ୍ଥା ସାଇବେରିୟାରେ ରୁଷ ରେଳ ଲାଇନକୁ ଉଡେଇ ଦିଆଯାଇଛି । ସପ୍ତାହକ ମଧ୍ୟରେ ସାଇବେରିୟା ଉପରେ ୟୁକ୍ରେନର ଏହା ଦ୍ୱିତୀୟ ଯୋଜନାବଦ୍ଧ ଆକ୍ରମଣ । ରୁଷ ମଧ୍ୟ ଏହି ଆକ୍ରମଣ ନେଇ ଚିନ୍ତିତ ହୋଇ ପଡିଛି । ଏହି ଆକ୍ରମଣ ଫଳରେ ସାଇବେରିୟାରେ ଥିବା ରୁଷ ସେନା ଏକୁଟିଆ ପଡିଯିବେ । ୟୁକ୍ରେନ ନିକଟରୁ ହଜାର କିଲୋମିଟର ଦୂରରେ ଏହି ରେଳଲାଇନ ଅବସ୍ଥିତ । ତେବେ ମୂଖ୍ୟ ଏବଂ ବ୍ୟାକଅପ ରେଳ ଲାଇନକୁ ଉଡାଇ ୟୁକ୍ରେନ ଭଲ ରଣନୀତି ଆପଣାଇଛି ବୋଲି ରକ୍ଷା ବିଶେଷଜ୍ଞମାନେ କହିଛନ୍ତି । ରୁଷ ସେନାକୁ ୟୁକ୍ରେନ ଉପରୁ ସମ୍ପୂର୍ଣ୍ଣ ନଜର ହଟାଇବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ସାଇବେରିୟା ନିକଟରେ ୟୁକ୍ରେନ ସେନା ପଂହଚିଗଲେ ରୁଷ ଅସୁବିଧାରେ ପଡିବ ବୋଲି ଆଶା କରାଯାଉଛି । ଏବେ ଯାତାୟତ ପାଇଁ ରୁଷ ବିକଳ୍ପ ରୁଟକୁ ବ୍ୟବହାର କରୁଛି । ରୁଷ ସେନା ଏ ନେଇ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ଅପରପକ୍ଷରେ ସାଇବେରିୟା ପରେ ୟୁକ୍ରେନ ଏହାର ନିକଟରେ ଥିବା ଅନ୍ୟ ରୁଟଗୁଡିକୁ ମଧ୍ୟ ଟାର୍ଗେଟ କରିପାରେ ।

Leave A Reply

Your email address will not be published.