ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ଯଦିଓ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସକାରାତ୍ମକ ନିଷ୍କର୍ସ ଆସିପାରିନି। ଅନେକ ରାଉଣ୍ଡ ଆଲୋଚନା ହୋଇଛି କିନ୍ତୁ ଯୁଦ୍ଧ ଜାରି ରହିଛି। ତେବେ ବିଭିନ୍ନ ମିଡିଆର ରିପୋର୍ଟ ଅନୁୟାୟୀ ଡୋନବାସରେ ୟୁକ୍ରେନ ସେନା ଆକ୍ରମଣ କରିବା ଦ୍ୱାରା ରୁଷର 100 ସୈନିକ ହତ୍ୟାର ଶିକାର ହୋଇଥିବା ବେଳେ 6ଟି ଗାଡି ନଷ୍ଟ ହୋଇଯାଇଛି।
ୟୁକ୍ରେନରର ଦ କିଭ୍ ଇଣ୍ଡିପେଣ୍ଡେଣ୍ଟ ନାମକ ମିଡିଆ ଏପରି ରିପୋର୍ଟ କରିଛି। ରିପୋର୍ଟ ଅନୁଯାୟୀ, ‘ଡୋନବାସରେ ଏକ ଯୁଦ୍ଧ ଚାଲିଛି। ୟୁକ୍ରେନର ସଶସ୍ତ୍ର ବାହିନୀ ଅନୁଯାୟୀ 100 ଋଷ ସୈନିକଙ୍କର ମୃତ୍ୟୁ ଘଟିଛି ଏବଂ 6ଟି ଗାଡି ନଷ୍ଟ ହୋଇଯାଇଛି। ପ୍ରତି ଜବାବରେ ଋଷ ଡୋନବାସରେ ଥିବା ୟୁକ୍ରେନ ସେନା ଉପରେ ମଧ୍ୟ ଆକ୍ରମଣ କରିଛି କିନ୍ତୁ କୌଣସି ସୁଫଳ ମିଳିନି।
ଅନ୍ୟପକ୍ଷରେ ଋଷ ଦାବି କରିଛି ଯେ ୟୁକ୍ରେନ ସୈନ୍ୟମାନେ ଡୋନେଟସ୍କର ଏକ ରେସିଡେନସିଆଲ ବା ଆବାସିକ କମ୍ପ୍ଲେକ୍ସ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାରୁ 20 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 28 ଜଣ ଆହତ ହୋଇଛନ୍ତି। ଋଷର ବୈଦେଶିକ ମନ୍ତ୍ରଣାଳୟ ଏହା କହିଛି।
ଋଷ-ୟୁକ୍ରେନ ଯୁଦ୍ଧର ଘନଘଟା ମଧ୍ୟରେ ସୋମବାର ଦୁଇ ଦେଶ ମଧ୍ୟରେ ଚତୁର୍ଥ ପର୍ଯାୟ ଆଲୋଚନା ହୋଇଥିଲା । ଏହି ବୈଠକରୁ କୌଣସି ସୁଫଳ ମିଳିନଥିଲା। ଭିଡିଓ କନଫେରନ୍ସ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଏହି ଆଲୋଚନା ଆଜି (ମଙ୍ଗଳବାର) ମଧ୍ୟ ଜାରି ରହିବ। ୟୁକ୍ରେନର ରାଷ୍ଟ୍ରପତିଙ୍କ ପରାମର୍ଶଦାତା ମିଖାଇଲୋ ପୋଡୋଲିୟକ୍ କହିଛନ୍ତି ଯେ ଋଷ ସହିତ ଶାନ୍ତି ଆଲୋଚନା ଆଜି (ସୋମବାର) ଶେଷ ହୋଇଛି, କିନ୍ତୁ ମଙ୍ଗଳବାର ଦିନ ଏହା ପୁଣି ଆରମ୍ଭ ହେବ।
Comments are closed.