Latest Odisha News

BREAKING NEWS

କାଲିଠୁ ରାଜ୍ୟରେ ଗ୍ରୀଷ୍ମ ଲହରି

ଭୁବନେଶ୍ୱର: ଡେଉଁଛି ପାରଦ । ବଢୁଛି ତାତି । କାଲିଠୁ ଅସହ୍ୟ ହେବ । ୪୦ ଡିଗ୍ରୀ ଛୁଇଁପାରେ ଦିନର ତାପମାତ୍ରା । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଗ୍ରୀଷ୍ମ ଲହରୀ ଅସହ୍ୟ ହେବାର ସମ୍ଭାବନା ରହିଛି । ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ବିଭିନ୍ନ ଜିଲ୍ଲାକୁ ହିଟଓ୍ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆସନ୍ତାକାଲି ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୭ ତାରିଖ ପାଇଁ ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ସତର୍କତା ଦେଇଛି ପାଣିପାଗ କେନ୍ଦ୍ର ।

ଗତ ୨୪ ଘଣ୍ଟାରେ ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର ହୋଇଥିଲା । ସେଠାରେ ଦିନର ତାପମାତ୍ରା ୩୮.୩ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ଅନୁଗୋଳ, ଝାରସୁଗୁଡା, ବଲାଙ୍ଗିରରେ ୩୮ଡିଗ୍ରୀରୁ ଅଧିକ ତାପମାତ୍ରା ଏବଂ ଟିଟିଲାଗଡରେ ୩୮.୦ ଡିଗ୍ରୀ ସେଲସିୟସ ଥିଲା ତାତି ।

୧୨ଟି ସ୍ଥାନରେ ୩୭ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଥିଲା ଦିନର ତାପମାତ୍ରା । ପଶ୍ଚିମ- ଉତ୍ତରପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ଉତ୍ତପ୍ତ ବାୟୁ ପ୍ରଭାବରେ ଆସନ୍ତାକାଲିଠାରୁ ୩ରୁ ୪ ଡ଼ିଗ୍ରୀ ଯାଏ ବଢିବ ଦିନ ତାପମାତ୍ରା ।

Comments are closed, but trackbacks and pingbacks are open.