Latest Odisha News

BREAKING NEWS

ହ୍ୱାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ‌ଜୋ ବାଇଡେନ୍‌ଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି

ନୂଆଦିଲ୍ଲୀ : ଋଷ୍‌ ୟୁକ୍ରେନ ଯୁଦ୍ଧ ଭିତରେ ହ୍ୱାଇଟ୍‌ ହାଉସ୍‌ରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦମିର୍‌ ଜେଲେନ୍‌ସ୍କି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଭେଟିଛନ୍ତି । ବୁଧବାର ଦିନ ଆମେରିକାରେ ଅବତରଣ କରିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦମିର୍‌ ଜେଲେନ୍‌ସ୍କି ହ୍ୱାଇଟ୍‌ ହାଉସ୍‌ ପରିସରରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଭେଟିଥିବା ଜଣାପଡ଼ିଛି ।

ରୁଷ-ୟୁକ୍ରେନ୍ ଯୁଦ୍ଧର ୩୦୦ ଦିନ ପରେ ପ୍ରଥମ ଥର ପାଇଁ ଜେଲନସ୍କି ଆମେରିକା ଆସିଥିଲେ । ରାଷ୍ଟ୍ରପତି ଜୋ ବାଇଡେନ୍ ଓ ତାଙ୍କ ପତ୍ନୀ ଜିଲ ବାଇଡେନ ତାଙ୍କୁ ହ୍ୱାଇଟ ହାଉସକୁ ସ୍ୱାଗତ କରିଥିଲେ । ସାକ୍ଷାତ ସମୟରେ ଜୋ ବାଇଡେନ୍‌ କହିଥିଲେ, ବିଶ୍ବାସ ହେଉନି, ରୁଷ ୩୦୦ ଦିନ ଧରି ୟୁକ୍ରେନବାସୀଙ୍କ ଉପରେ ଆକ୍ରମଣ କରିଚାଲିଛି । ରୁଷ୍‌ କିଭଳି ତିଷ୍ଠି ରହିବ ସେନେଇ ୟୁକ୍ରେନ୍‌ର ଅଧିକାର ଉପରେ ପୁଟିନ୍‌ ପାଶବିକ ଆକ୍ରମଣ କରିଛନ୍ତି । ନିରୀହ ୟୁକ୍ରେନ୍‌ ଜନତାଙ୍କୁ ଭୟଭୀତ କରିବା ବ୍ୟତୀତ ଏହି ଆକ୍ରମଣର ଆଉ କିଛି କାରଣ ନାହିଁ।

ସେହିପରି ଉପ-ରାଷ୍ଟ୍ରପତି କମଲା ହ୍ୟାରିସ ୟୁଏସ୍ କ୍ୟାପିଟାଲରେ କଂଗ୍ରେସର ଏକ ମିଳିତ ବୈଠକରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଯୋଗ ଦେବେ ଜେଲେନସ୍କି ।

Leave A Reply

Your email address will not be published.