Latest Odisha News

BREAKING NEWS

ଖୁବ ଶୀଘ୍ର ବିବାହ କରିବେ ତାପସୀ-ମାଥିଏସ ବୋଏ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତାପସୀ ତାଙ୍କର ଦୀର୍ଘଦିନର ବନ୍ଧୁ ତଥା ବ୍ୟାଡମିଂଟନ ଖେଳାଳି ମାଥିଏସ ବୋଏଙ୍କୁ ମାର୍ଚ୍ଚ ମାସରେ ବିବାହ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ବୋଏ ଓ ତାପସୀ ୧୦ ବର୍ଷ ହେବ ପରସ୍ପରକୁ ଡେଟିଂ କରୁଛନ୍ତି । ଉଭୟ ବିବାହ ପାଇଁ ଉଦୟପୁରକୁ ବାଛିଛନ୍ତି । ଏଥିରେ କେବଳ ପରିବାରଲୋକ ସାମିଲ ହେବେ । ଶିଖ ଓ କ୍ରିଷ୍ଟିଆନ ରୀତିନୀତି ଅନୁସାରେ ଏହି ବିବାହ ଆୟୋଜନ କରାଯିବ । ପ୍ରିୟଙ୍କା ଚୋପ୍ରା, ପରିଣୀତ ଚୋପ୍ରା, କ୍ୟାଟ୍ରିନା କୈଫ ଓ କିୟାରା ଆଡଭାନୀ ମଧ୍ୟ ଉଦୟପୁରରେ ବିବାହ କରିଛନ୍ତି ।

ସୂଚନାଯୋଗ୍ୟ ୪୩ ବର୍ଷୀୟ ବୋଏ ନେଦରଲାଣ୍ଡର ବ୍ୟାଡମିଂଟନ ଖେଳାଳି । ସେ ୨ ଥର ୟୁରୋପିଆନ ଚାମ୍ପିୟନ ଓ ଅଲିମ୍ପିକ୍ସରେ ପଦକ ହାସଲ କରିଛନ୍ତି । ୨୦୨୦ରେ ସେ ବ୍ୟାଡମିଂଟନରୁ ଅବସର ଘୋଷଣା କରିଥିଲେ । ଅପରପକ୍ଷରେ ତାପସର ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ୨୦୧୩ରେ ଚଷମେ ବଦ୍ଦୁର ଫିଲ୍ମ ମାଧ୍ୟମରେ ବଲିଉଡରେ ପଦାର୍ପଣ କରିଥିଲେ । ଜୁଡୱା ୨, ବଦଲା, ନାମ ଶବାନା, ପିଙ୍କ ଓ ଶାବାସ ମିଠୁ ପରି ଫିଲ୍ମରେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.