Latest Odisha News

BREAKING NEWS

ଓଡ଼ିଶାର ଅସ୍ମିତା ପାଇଁ ରାଜ୍ୟ ବିଜେପି ଉପସଭାପତିଙ୍କ ନେତୃତ୍ବରେ ଶ୍ରୀମନ୍ଦିରରୁ ବାହାରିଲା ମହାପ୍ରଭୁଙ୍କ ବିଜୟ ମାଳ ଓ ମହାପ୍ରସାଦ

ପୁରୀ: ରାଜ୍ୟ ବିଜେପି ଉପସଭାପତି ତଥା ଯୁବ ଦଇତାପତି ଭବାନୀ ଦାସ ମହାପାତ୍ରଙ୍କ ନେତୃତ୍ବରେ ଆଜି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରୁ ବାହାରିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜୟ ମାଳ ଓ ମହାପ୍ରସାଦ । ଓଡ଼ିଶାର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ପ୍ରାର୍ଥୀଙ୍କ ବିଜୟ କାମନା ସହ ଓଡ଼ିଶାର ଅସ୍ମିତା ପାଇଁ ମହାପ୍ରଭୁଙ୍କ ଲାଗି ଅଙ୍ଗବସ୍ତ୍ର, ମାଳ, ମହାପ୍ରସାଦ, ପତିତପାବନ ବାନା, ଘୋଷଯାତ୍ରା ପାଇଁ ନିମନ୍ତ୍ରଣ ପତ୍ର ନେଇଛନ୍ତି ଯୁବ ଦଇତାପତି ସେବାୟତ ।

ଓଡ଼ିଶାର ମଙ୍ଗଳ କାମନା କରି ଭାରତୀୟ ଜନତା ପାର୍ଟି ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ପାଇଁ ପ୍ରାର୍ଥୀଙ୍କ ବିଜୟ କାମନା କରି ଭବାନୀ ଏହି ପଦକ୍ଷେପ ନେଇଛନ୍ତି । ଓଡ଼ିଶାର ପ୍ରଗତି ପାଇଁ ସିଂହଦ୍ଵାର ଠାରୁ ଘଣ୍ଟ ଘଣ୍ଟା ପଟୁଆରରେ ବାହାରିଛି ଏହି ନିଆରା ଶୋଭାଯାତ୍ରା ।

ରାଜ୍ୟର ୩୦ଟି ଜିଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀ ଓ ଲୋକସଭା ସାଂସଦ ପ୍ରାର୍ଥୀଙ୍କୁ ମହାପ୍ରଭୁଙ୍କ ଆର୍ଶୀବାଦ ଭେଟି ପ୍ରଦାନ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ଭବାନୀ ଦାସ ମହାପାତ୍ର ।

Leave A Reply

Your email address will not be published.