Latest Odisha News

BREAKING NEWS

ରାମ ମନ୍ଦିର, ଜମ୍ମୁ-କଶ୍ମୀର ପରି ୟୁସିସି ପାଇଁ ଫିକ୍ସ ହୋଇଛି କି ଅଗଷ୍ଟ ୫ ତାରିଖ ?

ନୂଆଦିଲ୍ଲୀ: ଆସୁଛି ଅଗଷ୍ଟ ୫ । ଅଗଷ୍ଟ ୫ରେ ମୋଦି ସରକାର ଘୋଷଣା କରିବେ କି ୟୁନିଫର୍ମ ସିଭିଲ କୋଡ ବା ୟୁସିସି ? କୁହାଯାଉଛି, ଆଗାମୀ ମୌସୁମୀ ଅଧିବେଶନରେ ୟୁସିସି ବିଲ ଆଣିପାରନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳରେ ଦେଇଥିବା ବୟାନ  ସେମିତି କିଛି ସଙ୍କେତ ଦେଉଛି । ଲ କମିଶନ ୟୁସିସିକୁ ନେଇ ସାଧାରଣ ଲୋକଙ୍କ ରାୟ ମାଗିଛନ୍ତି । ଏବେ ସଂସଦୀୟ ସ୍ଥାୟୀ ସମିତି ମଧ୍ୟ ୟୁସିସି ପ୍ରସଙ୍ଗରେ ଆଲୋଚନା ପାଇଁ ଜୁଲାଇ ୩ରେ ବୈଠକ ଡାକିଛନ୍ତି । ଏହା ପୂର୍ବରୁ ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘବାଲ କହିସାରିଛନ୍ତି, ୟୁସିସିକୁ ନେଇ ଜୁଲାଇ ୧୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।

ସମସ୍ତ ସ୍ଥିତିକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି,  ଆଗାମୀ ମୌସୁମୀ ଅଧିବେଶନରେ ୟୁସିସି ବିଲ ଆଣିବା ପାଇଁ ମୋଦି ସରକାର ଯୋରଦାର ଉଦ୍ୟମ ଚଲାଇଛନ୍ତି । ୫ ଅଗଷ୍ଟ ଏବଂ ମୋଦି ସରକାରଙ୍କ ବଡ ଘୋଷଣାର ସଂଯୋଗକୁ ଦେଖିଲେ ଏମିତି କିଛି ସଙ୍କେତ ମିଳୁଛି ଯେ, ୟୁସିସି ବିଲ ମୌସୁମୀ ଅଧିବେଶନରେ ପାସ କରାଯାଇପାରେ  ଏବଂ ଏହା ପୁଣି ଅଗଷ୍ଟ ୫ ତାରିଖରେ ।

ଅବଶ୍ୟ ସଂସଦର ମୌସୁମୀ ଅଧିବେଶନ କେବେ ଆରମ୍ଭ ହେବ ଏବଂ କେବେ ଶେଷ ହେବ ସେ ନେଇ କୌଣସି ସୂଚନା ଦିଆ ଯାଇନାହିଁ । ତେବେ ଯାହା କୁହାଯାଉଛି, ଜୁଲାଇ ୧୭ ତାରିଖରୁ ଆରମ୍ଭ ହୋଇ ଏହି ଅଧିବେଶନ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିପାରେ । ତେଣୁ ଅଗଷ୍ଟ ୫ ତାରିଖରେ ସମ୍ଭବତଃ ଏହି ବିଲ ଆଗତ ହୋଇପାରେ ।

ଏଠ ପ୍ରଶ୍ନ ଉଠିପାରେ ଅଗଷ୍ଟ ୫ ତାରିଖ କାହିଁକି  ଏବଂ ୫ ଅଗଷ୍ଟ ଏବଂ ମୋଦି ସରକାରଙ୍କ ବଡ ଘୋଷଣାର ସଂଯୋଗ କ’ଣ ? ବିଜେପି ସରକାର ତାର କାର୍ଯ୍ୟକାଳ ମଧ୍ୟରେ  ତିନୋଟି ବଡ ବଡ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି  । ଏଗୁଡିକ ହେଲା, ରାମମନ୍ଦିର, ଦ୍ୱିତୀୟ ହେଲଶ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ତୃତୀୟ ହେଉଛି ସମାନ ନାଗରିକ ସଂହିତା । ପ୍ରଥମ ଦୁଇଟି ପ୍ରସଙ୍ଗ ସହ ଅଗଷ୍ଟ ୫ ତାରିଖର ସଂଯୋଗ ରହିଛି । ତେଣୁ ତୃତୀୟ ପଦକ୍ଷେପ ସେହି ଅଗଷ୍ଟ ୫ରେ ହଁ ନେବ ବୋଲି ଅନୁମାନ କରାଯାଉଛି ।

ଏଠି କହିରଖିବୁ, ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଉଠାଇବା ପ୍ରତିଶ୍ରୁତି ପୂରଣ କରିଥିଲା । ଏଥିପାଇଁ ସରକାର ସଂସଦରେ ବିଲ ଆଣିଥିଲେ ୨୦୧୯ ଅଗଷ୍ଟ ୫ ତାରିଖରେ ।  ସେହିପରି ୨୦୨୦ ଅଗଷ୍ଟ ୫ରେ ଆଉ ଏକ ପ୍ରତିଶ୍ରୁତି ପୂରଣ କରିଥିଲେ ମୋଦି ସରକାର । ୨୦୨୦ ଅଗଷ୍ଟ ୫ ତାରିଖରେ ରାମମନ୍ଦିର ଭୂମି ପୂଜନ କରିଥିଲେ ।

ଅବଶ୍ୟ ରାଜନୀତି ବିଶେଷଜ୍ଞମାନେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି । କାରଣ ଏତେ କମ ଦିନ ମଧ୍ୟରେ ଏକ ବିଲ ସଂସଦରେ ପାସ ହେବା ସମ୍ଭବ ନୁହେଁ । ହୁଏତ କେନ୍ଦ୍ର ସରକାର ଚାହିଁଲେ ଲୋକ ସଭାରେ ଏହାକୁ ପାସ କରାଇ ପାରନ୍ତି । କିନ୍ତୁ ରାଜ୍ୟ ସଭାରେ ଏହା ଅଟକି ଯିବ ଏବଂ ଏହାକୁ ନେଇ ବିତର୍କ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.