Latest Odisha News

BREAKING NEWS

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ଭୁବନେଶ୍ବର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ପ୍ରଥମେ  ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ କେନ୍ଦ୍ର ମନ୍ତ୍ରୀ ଗଡକରୀ । ଏହାପରେ କୃଷ୍ଣପ୍ରସାଦ ଓ ପିପିଲିରେ ହେବାକୁ ଥିବା ଜନସଭାକୁ ସମ୍ବୋଧନ କରିବେ । ଅନ୍ୟପଟେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି  । ହିମନ୍ତ ବିଶ୍ବଶର୍ମା ମାଲକାନଗିରି, ଚିତ୍ରକୋଣ୍ଡା, ଖଲ୍ଲିକୋଟରେ ପ୍ରଚାର କରିବେ ।

ବର୍ତମାନ ଚଳିତ ନିର୍ବାଚନ ପାଇଁ ନେତା ମାନଙ୍କର ପ୍ରଚାର ଜୋରଦାର ରହିଛି । ସେହିପରି ବିଜେପିର ସ୍ପେଶାଲ ଫୋକସ୍ ରହିଛି ଓଡିଶା ଉପରେ । ବିଜେପିର ହେଭିୱେଟ୍ ନେତାମାନଙ୍କର ଘନ ଘନ ଗସ୍ତ ରାଜ୍ୟରେ ପ୍ରଚାର ତାତିକୁ ଆହୁରି ସରଗରମ କରିଛି। ସେପଟେ ନିର୍ବାଚନ ପ୍ରଚାର ପାଇଁ  ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଓଡିଶା ଆସିଥିଲେ । ସୂଚନା ଅନୂଯାୟୀ,ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଆଜି ନବରଙ୍ଗପୁରରେ ଏକାଧିକ ସ୍ଥାନରେ ନିର୍ବାଚନ ପ୍ରଚାର କରିବେ। ସେହିପରି ପୁଣି ଆସନ୍ତାକାଲି  ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ବର ରାମ ମନ୍ଦିରରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ଶୋ ହେବ ।

 

 

Leave A Reply

Your email address will not be published.