Latest Odisha News

BREAKING NEWS

ଖେଳ ପଡିଆରୁ ବାପା, ମା ଓ ଝିଅର ମୃତ ଦେହ ଠାବ

ଝାରସୁଗୁଡା:ଖେଳ ପଡିଆରୁ ବାପା, ମା ଓ ଝିଅର ମୃତ ଦେହ ଠାବ । ଝାରସୁଗୁଡା ଲଖନପୁର ବଣିପାହାଡ଼ ନିକଟ ଖେଳ ପଡ଼ିଆରୁ ବାପା, ମାଆ ଓ ଝିଅର ମୃତଦେହ ଠାବ ହୋଇଛି । ମୃତକ ବ୍ରଜରାଜନଗର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳର ବୋଲି ସୂଚନା ରହିଛି ।

ବ୍ୟକ୍ତି ଜଣଙ୍କ ସ୍ତ୍ରୀ ଓ ଝିଅକୁ ହତ୍ୟା କରି ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା  ସନ୍ଦେହ କରାଯାଉଛି । ମୃତକ ହେଲେ ବାପା, ମାଆ ଓ ୧୨ ବର୍ଷୀୟ ଝିଅ ବୋଲି ଜଣାଯାଇଛି। ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଛି। ଆଜି ସକାଳେ ଲଖନପୁର ବଣିପାହାଡ଼ ନିକଟ ଖେଳ ପଡ଼ିଆରେ ଏକ କାରରୁ ୩ ଜଣଙ୍କ ଗୁଳିବିନ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ଖବର ପାଇଁ  ଘଟଣାସ୍ଥଳରେ ପହଁଞ୍ଚି କାର୍ ଡୋର୍ ଲକ୍ ଭାଙ୍ଗି ମୃତଦେହକୁ ‌ଉଦ୍ଧାର କରିଥିଲା। ବ୍ୟକ୍ତି ଜଣଙ୍କ ପ୍ରଥମେ ମା’ ଓ ଝିଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣା ସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍ ର ତଦନ୍ତ ପରେ ଋଣ ପାଇଁ ଏଭଳି ଘଟିଥିବା କହିଛନ୍ତି ଝାରସୁଗୁଡା ଏସପି । ଋଣ ଓ ଅନଲାଇନ୍ ଗେମ୍ ରେ ଟଙ୍କା ହାରିବା ପରେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ବ୍ୟକ୍ତି ଜଣଙ୍କ ବୋଲି ଝାରସୁଗୁଡା ଏସପିଙ୍କ ସୂଚନା ।

Leave A Reply

Your email address will not be published.