Latest Odisha News

BREAKING NEWS

କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ଗାଡି ଦୁର୍ଘଟଣାଗସ୍ତ, ଜଣେ ବାଇକ ଚାଳକ ମୃତ

ଭୋପାଳ: ମଧ୍ୟପ୍ରଦେଶରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ଗାଡି ଦୁର୍ଘଟଣାଗସ୍ତ । ଏକ ବାଇକ ଆରୋହୀକୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ହୋଇଛି । ଏଥିରେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଥିବାବେଳେ, ୩ ଜଣ ଶିଶୁ ଗୁରୁତର ହୋଇଛନ୍ତି । ଘଟଣାରେ କେନ୍ଦ୍ରମନ୍ତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

ସୂଚନାନୁସାରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଏକ ରୋଡ୍ ସୋ ପରେ ଛିନ୍ଦୱାଡାର ଅମରୱାଡାରୁ ଫେରୁଥିଲେ । ଏହି ସମୟରେ, ଅମରୱାଡାର ସିଙ୍ଗୋଡି ବାଇପାସ ରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣାରେ ପ୍ରହ୍ଲାଦ ପଟେଲ ସୁରକ୍ଷିତ ଥିବା କୁହାଯାଉଛି । ଏଥିସହିତ ତାଙ୍କ ସହ ଆସୁଥିବା ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ।

ତେବେ ଓଲଟା ଦିଗରେ ଆସୁଥିବା ଏକ ବାଇକକୁ ବଞ୍ଚାଇବାକୁ ଯାଇ ମନ୍ତ୍ରୀଙ୍କ ଗାଡି ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ମନ୍ତ୍ରୀଙ୍କ ସହ ଥିବା ବ୍ୟକ୍ତି ଜଣେ ମିଡିଆ ପରାମର୍ଶଦାତା ନିତିନ ତ୍ରିପାଠୀ ସେ ଏଥିରେ ଆହାତ ହୋଇଛନ୍ତି । ଅନ୍ୟପଟେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି ।

ମୃତକ ହେଲେ ମୋହଗାଓଁ ନିବାସୀ ନିରଂଜନ ସୂର୍ଯ୍ୟବନ୍ସି । ତାଙ୍କ ସହ ଉକ୍ତ ବାଇକରେ ଥିବା ୩ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.