Latest Odisha News

BREAKING NEWS

ମୋଦୀଙ୍କୁ ବଦନାମ କରିବାକୁ ହେଉଛି ବିଦେଶୀ ପାଣ୍ଠି ଯୋଗାଣ; କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିଦେଶରେ ହେଉଛି ଷଡ଼ଯନ୍ତ୍ର। ମୋଦୀଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି ଆମେରିକା ଆରବପତି। ଆଜି ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇାରାନୀ। ଆମେରିକା ଆରବବତି ଜର୍ଜ ସୋରୋସ ମୋଦୀଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ବିରୋଧୀ ଦଳକୁ ପାଣ୍ଠି ଯୋଗାଉଛନ୍ତି ବୋଲି ସ୍ମୃତି ଇରାନୀ ଅଭିଯୋଗ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛନ୍ତି ସ୍ମୃତି ଇାନୀ।

ଏନେଇ ସେ କହିଛନ୍ତି ଯେ ଦେଶର ଗଣତନ୍ତ୍ର ସୁରକ୍ଷାରେ ବିଦେଶୀ ଶକ୍ତିକୁ ପରାସ୍ତ କରିବାକୁ ମୁଁ ଦେଶର ନାଗରିକଙ୍କୁ ଆହ୍ୱାନ ଦେଉଛି। ଦେଶର ନାଗରିକ ହିସାବରେ ମୁଁ ଦେଶର ଜନତାଙ୍କୁ କହି ଦେବାକୁ ଚାହେଁ ଯେ ଜଣେ ବିଦେଶୀ ଶକ୍ତି ଯାହାଙ୍କ ନାମ ଜର୍ଜ ସୋରୋସ ସେ ଦେଶର ଗଣତନ୍ତ୍ର ଢାଞ୍ଚା ଉପରେ ଆକ୍ରମଣ କରିବାକୁ ଘୋଷଣା କରିଛନ୍ତି। ତେଣୁ ସମସ୍ତେ ଏକାଠି ହୋଇ ଏହି ବିଦେଶ ଶକ୍ତିକୁ ପରାସ୍ତ କରିବା ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।

ଜର୍ଜ ସୋରୋସଙ୍କ ବିଷୟରେ ଦେଶର ଜନତାଙ୍କୁ ସତର୍କ କରାଇ ସ୍ମୃତି ଇରାନୀ କହିଛନ୍ତି ଯେ ସୋରୋସ ଘୋଷଣା କରିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆକ୍ରମଣର ମୁଖ୍ୟ କେନ୍ଦ୍ର ବିନ୍ଦୁ ବନାଇବେ। ହିନ୍ଦୁସ୍ତାନରେ ନିଜର ବିଦେଶୀ ଶକ୍ତି ବଳରେ ସେ ଏମିତି ଏକ ବ୍ୟବସ୍ଥା ବନାଇବେ, ଯାହା ହିନ୍ଦୁସ୍ତାନ ନୁହେଁ କେବଳ ତାଙ୍କ ଲାଭ ପାଇଁ କାମ କରିବ। ସୋରସୋ ଏପରି ଘୋଷଣା କରିଥିବା ସ୍ମୃତି ଇରାନୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ସୋରସୋଙ୍କ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଏଭଳି ଆକ୍ରମଣକୁ ପ୍ରତ୍ୟେକ ଭାତୀୟ ଦୃଢ଼ ଜବାବ ଦେବା ଉଚିତ୍। ଆମେ ପୂର୍ବରୁ ହିଁ ବିଦେଶୀ ଶକ୍ତିକୁ ହରାଇଛୁ ଆଗକୁ ମଧ୍ୟ ହରାଇବୁ ବୋଲି ସ୍ମୃତି ଇରାନୀ କହିଛନ୍ତି।

Leave A Reply

Your email address will not be published.