Latest Odisha News

BREAKING NEWS

ଗ୍ୟାସ୍ ଏଜେନ୍ସିରେ ଅଗ୍ନିକାଣ୍ଡ, ଜଳିଗଲା ଜରୁରୀ କାଗଜପତ୍ର

ଅନୁଗୁଳ: ଅନୁଗୁଳ କୁମଣ୍ଡ ଭଣ୍ଡୁବର ନିକଟରେ ଗ୍ୟାସ ଏଜେନ୍ସିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଏକ ମୋଟର ସାଇକେଲ ସମେତ ଜଳିଗଲା ଜରୁରୀ କାଗଜପତ୍ର ଏବଂ କିଛି ଗ୍ୟାସ ଟାଙ୍କି ପୋଡ଼ି ନଷ୍ଟ  ମଧ୍ୟ ହୋଇଯାଇଛି । ଭଣ୍ଡୁବର ନିକଟରେ ଥିବା ସୁପ୍ରିୟା ଗ୍ୟାସ ଏଜେନ୍ସିର କର୍ମଚାରୀ ମାନେ ପ୍ରାୟ ରାତି ୯ଟାରେ ଏଜେନ୍ସି ବନ୍ଦ କରି ଘରକୁ ଯାଇଥିଲେ । ରାତି୧୧ଟା ବେଳେ ଏଜେନ୍ସିର ସ୍କାଏ ଲାଇଟରୁ ଧୂଆଁ ବାହାରିଥିଲା । ପରେ ନିଆଁ ବଢିଯାଇ ଏଜେନ୍ସି ଭିତର ହୁ ହୁ ହୋଇ ଜଳିଥିଲା ।

ନିଆଁ ଦେଖି ସ୍ଥାନୀୟ ଲୋକ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ୩ଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ଭିତରେ ଥିବା ସମସ୍ତ ଜରୁରୀ କାଗଜପତ୍ର, କିଛି ଗ୍ୟାସ ଟାଙ୍କି ଏବଂ ଏକ ମୋଟର ସାଇକେଲ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟରି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.