Latest Odisha News

BREAKING NEWS

ଓଡ଼ିଶାରେ ୬ କେନ୍ଦ୍ରମନ୍ତ୍ରୀ; ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବେ

ଭୁବନେଶ୍ୱର: ୬ ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଛନ୍ତି । ଗତକାଲିଠାରୁ ଆସି ସେମାନେ ଭୁବନେଶ୍ୱରରେ ରହିଛିନ୍ତି । ସେମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଛନ୍ତି । ଆଇଆଇଟି  ଭୁବନେଶ୍ୱରରେ ଛାତ୍ରଛାତ୍ରୀଙ୍କ ଆଲୋଚନା ପାଇଁ ଆସିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିସହିତ ହୋଟେଲ ‘ମେ ଫେୟାର’ରେ ଆୟୋଜିତ ପୋଷ୍ଟ ବଜେଟ ଆଲୋଚନା ଚକ୍ରରେ ଭାଗ ନେବେ ନିର୍ମଳା ସୀତାରମଣ। ପରେ ପରେ ଖୋର୍ଦ୍ଧା ଅରୁଗୁଳ ସ୍ଥିତ ଆଇଆଇଟିରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବେ। ତାଙ୍କ ସହ ଆସିଛନ୍ତି ଅର୍ଥମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ।

ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭୁବନେଶ୍ୱରରେ ଅଛନ୍ତି । ସେ ପଞ୍ଚାୟତିରାଜ ମନ୍ତ୍ରାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିସହିତ ୬ ରାଜ୍ୟର ଶିକ୍ଷା ସଚିବଙ୍କ ସମୀକ୍ଷା ବୈଠକରେ ମଧ୍ୟ ସେ ଯୋଗ ଦେବେ । ସେହିପରି ଜଗତସିଂହପୁର ଲୋକସଭା ମଣ୍ଡଳୀରେ ପ୍ରବାସ  ପ୍ରବାସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ର ରେଳ, ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି । ଏହି ଅବସରରେ ସେ କାକଟପୁରର ମା ମଙ୍ଗଳାଙ୍କ ଦର୍ଶନ କରିଥିଲେ । ଏଥିସହ କାକଟପୁରର ହସ୍ତଶିଳ୍ପୀମାନଙ୍କ ସହ ଏକ ଆଲୋଚନା କରି ଚାରିଛକ ଠାରେ କାକଟପୁର , ନିମାପଡା ଓ ନିଆଳୀ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପିର  ଦଳୀୟ କର୍ମକାର୍ତ୍ତାଙ୍କୁ ସମ୍ବୋଧନ କରିଥିଲେ । ଶେଷରେ ନିମାପଡାର ପ୍ରସିଦ୍ଧ ଛେନାଝିଲି ଖାଇ ମୁହଁ ମିଠା କରିଥିଲେ

ସେହିପରି ପଞ୍ଚାୟତିରାଜ ମନ୍ତ୍ରଣାଳୟର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରମନ୍ତ୍ରୀ କେ.ଏମ୍ ପାଟିଲ୍‌ ଭୁବନେଶ୍ବରରେ ପହଞ୍ଚିଛନ୍ତି । କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ବି ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡ଼ିଶା ଆସିଛନ୍ତି ।

Leave A Reply

Your email address will not be published.