Latest Odisha News

BREAKING NEWS

କାଠ ସ୍କେଲରେ ବାହାଘର ଭୋଜିର ମେନ୍ୟୁ !

କୋଲକାତା: ବାହାଘରକୁ ସ୍ମରଣୀୟ କରିବା ପାଇଁ ଅନେକ ନୂଆ ନୂଆ ବୁଦ୍ଧି କୌଶଳ ପ୍ରୟୋଗ କରିଥାନ୍ତି । ସିଲିଗୁଡିରେ ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି । ସସ୍ମିତା-ଅନିମେଷ ସେମାନଙ୍କ ବାହାଘର ଭୋଜିର ମେନ୍ୟୁକୁ ଏକ ୩୦ ସେଟିଂମିଟର କାଠ ସ୍କେଲରେ ଛାପି ଅତିଥିଙ୍କୁ ଦେଇଥିଲେ । ଏହାର ତଳେ ଲେଖା ହୋଇଥିଲା ମାପ ଏବଂ ଖାଇଚାଲ । ସୋସିଆଲ ସାଇଟରେ ଏହି ମେନ୍ୟୁ ଆଇଡିଆ ବେଶ ଚର୍ଚ୍ଚିତ ହୋଇ ପଡିଛି ।

ବ୍ୟଞ୍ଜନ ତାଲିକାରେ ଚିକେନ ଲଲିପପ, କ୍ରିପ୍ସି ବେବି କର୍ଣ୍ଣ, କଫି ପ୍ରଭୃତି ଷ୍ଟାଟରରେ ସାମିଲ ହୋଇଥିବା ବେଳେ ମେନ କୋର୍ସରେ ମଟନ କସା, ରସଗୋଲ୍ଲା, ସନ୍ଦେଶ, ମାଛ କାଲିଆ, ଫ୍ରାଇଡ ରାଇସ, ମଟନ ମସାଲା, ଆମ୍ବ ଚଟଣୀ ପରି ଖାଦ୍ୟ ରହିଥିଲା । ସୋସିଆଲ ମିଡିୟାରେ ୟୁଜର୍ସ ମାନେ ଏ ନେଇ ମଜାଦାର ଟିପ୍ପଣୀ ମାନ ଦେଉଛନ୍ତି ।

Leave A Reply

Your email address will not be published.