Latest Odisha News

BREAKING NEWS

୧୩୫ ଗ୍ରାମ ବ୍ରାଉନ୍‌ସୁଗର ଜବତ ,୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

ଅନୁଗୁଳ: ତାଳଚେର ସାଉଥବଲଣ୍ଡା ରେସକ୍ୟୁ କଲୋନୀ ଓ ବାଘୁଆବୋଲ ଅଞ୍ଚଳରୁ ବ୍ରାଉନ୍‌ସୁଗର ଜବତ । ୧୩୫ ଗ୍ରାମ ବ୍ରାଉନ୍‌ସୁଗର ଜବତ  ସହ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜବତ ବ୍ରାଉନ୍‌ସୁଗର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣା ପଡିଛି ।

ରେସକ୍ୟୁ କଲୋନୀ ଅଞ୍ଚଳର ମନୋଜ ସାହୁ ଏକ ମୋଟର ସାଇକେଲରେ ୯୭ ଗ୍ରାମ ବ୍ରାଉନ୍‌ସୁଗର ଧରି ବଲଣ୍ଡା ଅଞ୍ଚଳକୁ ଯାଉଥିବା କୋଲିୟରୀ ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ତାକୁ ଡ଼େରା ଛକରେ ଧରିଥିଲା ।  କୋଲିୟରୀ ପୁଲିସ ତୁରନ୍ତ ବାଘୁଆବୋଲ ଅଞ୍ଚଳର କାଳିଆ ବର୍ମା ଓ ଲିପୁ ବର୍ମାକୁ ଧରିବା ସହ ତାଙ୍କ ଗାଈ ଗୁହାଳରେ ଥିବା ଏକ ବ୍ୟାଗରୁ ୧୨୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଥିଲା ।

ତେବେ ଜବତ ହୋଇଥିବା ଏହି ବ୍ରାଉନ୍‌ସୁଗର ପରିମାଣ ଅନୁଗୁଳ ଜିଲ୍ଲାରେ ପୂର୍ବରୁ ଜବତ ହୋଇଥିବା ବ୍ରାଉନ୍‌ସୁଗର ପରିମାଣଠାରୁ ସର୍ବାଧିକ ବୋଲି ଜଣା ପଡିଛି ।

Leave A Reply

Your email address will not be published.