Latest Odisha News

BREAKING NEWS

ରାଜ୍ୟରେ ସଂକ୍ରମଣ ଉପରମୁହାଁ , ସତର୍କ ରୁହନ୍ତୁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ରାଜ୍ୟରେ ସଂକ୍ରମଣ ସବୁବେଳେ ଉପରମୁହାଁ ରହୁଛି । । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେଲାନ୍ସ , ଟେଷ୍ଟିଂ, ଟ୍ରିଟମେଣ୍ଟ, ଟିକାକରଣ ଚାଲିଛି । ସଂକ୍ରମଣ କେବେ କମିବ ତାହା ଏବେ କହି ହେବନି । ତେଣୁ ସତର୍କ ରୁହନ୍ତୁ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ଏହା ଉପରେ ଅଧିକ ଚର୍ଚ୍ଚା କଲେ ଲୋକମାନେ ଭୟଭୀତ ହେବାର ଆଶଙ୍କା ରହିଛି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ହସ୍ପିଟାଲ ବେଡ୍ କ୍ଷମତା ମଧ୍ୟ ବଢାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.