Latest Odisha News

ବିଜେପି ଯୁବମୋର୍ଚ୍ଚାର ଆନ୍ଦୋଳନରେ ବିଜେଡି ରଚିଥିଲା ହିଂସା ଷଡ଼ଯନ୍ତ୍ର: ସମୀର ମହାନ୍ତି

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ତଥା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ଗତକାଲି ବିଧାନସଭା ଘେରାଉ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲା । ଗଣତନ୍ତ୍ରରେ ପ୍ରତିବାଦ କରିବାର ସମସ୍ତଙ୍କର ଅଧିକାର ଅଛି, ଭାରତୀୟ ଜନତା ପାର୍ଟିର ମଧ୍ୟ ଅଛି । ଯଦି ବିଜୁ ଜନତା ଦଳ ସରକାର ଓ ପୋଲିସ ଅଧିକାରୀ ଭାବୁଥାନ୍ତି ସେମାନଙ୍କ ବିରୋଧରେ ଯିଏ ଆନ୍ଦୋଳନ ଓ ପ୍ରତିବାଦ କରିବ ସେମାନଙ୍କୁ ପୋଲିସ ଓ ବିଜେଡି ଗୁଣ୍ଡାଲଗାଇ ଆକ୍ରମଣ କରିବାଠୁ ଦୁଃଖର କଥା କିଛି ନୁହେଁ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସମୀର ମହାନ୍ତି କହିଛନ୍ତି ଯେ, ଗତକାଲି ଗଣମାଧ୍ୟମରେ ଆନ୍ଦୋଳନ ଭିଡିଓ ପ୍ରସାରଣ ହେଉଛି ସେଥିରେ ଧଳାସାର୍ଟ ପିନ୍ଧା କିଛି ଯୁବକ ମିଳିତ ଆକ୍ରମଣ କରୁଥିଲେ । ସେ ଧଳା ସାର୍ଟ ପିନ୍ଧା ଯୁବକ କିଏ ? ସେମାନେ ବିଜୁ ଜନତା ଦଳର ଗୁଣ୍ଡା ନୁହନ୍ତି ତ ? ବିଜେଡି ଗୁଣ୍ଡା ପ୍ରଥମେ ପୋଲିସ ଉପରକୁ ପଥର ଫିଙ୍ଗିଲେ ଓ ପୋଲିସ ଲାଠି ଚାର୍ଜ କଲା । ଏହାପରେ ବିଜେଡି ଗୁଣ୍ଡା ପୁଣି ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କଲେ ।

ଗତକାଲି କ୍ୟାପିଟାଲ ଥାନାରେ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାନେତ୍ରୀ ଅର୍ପିତା ବଡଜେନାଙ୍କ ନେତୃତ୍ୱରେ ଏକ ଏଫଆଇଆର ଦିଆଗଲା । କିନ୍ତୁ ରାତି ୩ଟା ପର୍ଯ୍ୟନ୍ତ ଏଫଆଇଆର ପଞ୍ଜୀକୃତ ହେଲା ନାହିଁ । କ୍ୟାପିଟାଲ ଥାନାରେ ପୂର୍ବତନ ମନ୍ତ୍ରୀ ମନୋମୋହନ ସାମଲ ଯାଇଥିଲେ ବି ବର୍ତ୍ତମାନ ପର୍ଯ୍ୟନ୍ତ ମାମଲା ପଞ୍ଜୀକୃତ ହୋଇ ନାହିଁ । ଏଥିରୁ ସ୍ପଷ୍ଟ ଜଣାପଡୁଛି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି କିଭଳି ଅଛି । ସମସ୍ତ ତଥ୍ୟ ପ୍ରମାଣ ଥାଇ ଯଦି ରାଜଧାନୀର କ୍ୟାପିଟାଲ ଥାନାରେ ଏଫଆଇଆର ରେଜିଷ୍ଟର ହେଉନାହିଁ ତାହା ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ମୁଖ୍ୟମନ୍ତ୍ରୀ ସର୍ବଦା କୁହନ୍ତି ଆଇନ୍ ତା ବାଟରେ ଯାଉଛି । କିନ୍ତୁ ଗତକାଲିର ଘଟଣାରୁ ଜଣାପଡୁଛି ଆଇନ୍ କେତେ କାର୍ଯ୍ୟକାରୀ ହେଉଛି ।

ପୋଲିସ କର୍ମଚାରୀ ଭାରତୀୟ ଜନତାପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଅମାନୁଷିକଭାବେ ମାଡ଼ ମାରିଲେ, ମହିଳା କର୍ମକର୍ତ୍ତାଙ୍କୁ ଅସଦାଚରଣ କରିଲେ । ଏମାନେ କଣ ଆଇନର ଊର୍ଦ୍ଧ୍ୱରେ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଯୁବମୋର୍ଚ୍ଚାର ସଭାପତି ସମେତ ୨୨ ଜଣ କାର୍ଯ୍ୟକର୍ତ୍ତା ଓ ସମସ୍ତ ପଦାଧିକାରୀଙ୍କୁ ରାତି ସାଢ଼େ ଗୋଟାଏରେ ଫରୱାର୍ଡ କରିଲେ । ଯୁବମୋର୍ଚ୍ଚା କିଛି କାର୍ଯ୍ୟକର୍ତ୍ତା ଆନ୍ଦୋଳନରେ ସାମିଲ ନଥାଇ ମଧ୍ୟ ଜେଲ୍ ଗଲେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, କାହା ନିର୍ଦ୍ଦେଶରେ ପୋଲିସ ଅଧିକାରୀମାନେ ବିଜେପି ଯୁବମୋର୍ଚ୍ଚା ନେତାମାନଙ୍କୁ ସଙ୍ଗୀନ ଦଫା ଲଗାଇ ଜେଲ୍ ପଠାଗଲା । ପୋଲିସର ମିଥ୍ୟା ମୋକଦମାର ନଗ୍ନ ଉଦାହରଣ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପୂର୍ବରୁ ସୂଚନା ଓ ଆଲୋଚନା କରି ବିଧାସଭା ଘେରାଉ ଚାଲିଥିବାବେଳେ ପ୍ରାୟୋଜିତ ବ୍ୟକ୍ତି ବା ଧଳା ସାର୍ଚ ପିନ୍ଧା ବ୍ୟକ୍ତି ଗଣ୍ଡଗୋଳ କଲେ ଏବଂ ସେଥିରେ କିଛି ମୁଷ୍ଟିମେୟ ପୋଲିସ ଅଧିକାରୀ ସରକାରଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିବା ପାଇଁ ଗଣ୍ଡଗୋଳକୁ ବର୍ବରୋଚିତ ଆକ୍ରମଣ କଲେ । ଏହାପରେ ଆହତ କାର୍ଯ୍ୟକର୍ତ୍ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଗଲା । ଆମେ ଦେଖିଥିଲେ ଯେ, ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ବେଡ୍ ନଦେଇ ଷ୍ଟେଚରରେ ରଖାଯାଇଥିଲା । ଅପରପକ୍ଷେ ପୋଲିସ କର୍ମଚାରୀ ଏସିରୁମ୍ ଭିତରେ ଶୋଇବା ସହ ଉତ୍ତମ ଖାଦ୍ୟ ଦିଆଯାଉଛି ।

ଗଣମାଧ୍ୟମରେ ଡିଜି ଓ ଭୁବନେଶ୍ୱର କମିଶନରେଟ୍ ପୋଲିସ ବିବୃତି ଶୁଣିଲେ ସ୍ପଷ୍ଟ ଜଣାପଡୁଛି ଏହା ପ୍ରାୟୋଜିତ ଥିଲା । ବିଜୁ ଜନତା ଦଳ ଅଧର୍ମ ବହୁତ କଲେଣି । ଅଧର୍ମ ବେଶି ଦିନ ଚଳିବନି ଧର୍ମର ପ୍ରତିଷ୍ଠା ହେବ । ନବ ଦାସଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରିଛି ବିଜେପି ଏବଂ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଠାକୁର ରଞ୍ଜିତ ଦାସ,  ବିରଞ୍ଚି ନାରାୟଣ ତ୍ରିପାଠୀ, ସୋନାଲି ସାହୁ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାନେତ୍ରୀ ଅର୍ପିତା ଅପରାଜିତା ବଡଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.