Latest Odisha News

ବିରଳ ଅଜଗର, ଯାହା ଦେହରେ ରହିଛି ସ୍ମାଇଲ ଚିହ୍ନ, ଦେଖିବାକୁ ବହୁତ ସୁନ୍ଦର

ଜର୍ଜିଆ: ଦୁନିଆରେ ଅନେକ ପ୍ରଜାତିର ସାପ ଅଛନ୍ତି । ସେଥିମଧ୍ୟରୁ ଅଜଗର ହେଉଛି ଅନ୍ୟତମ । ଏହା ଏତେ ବଡ଼ ହୋଇଥାଏ ଯେ, ତାକୁ ଯିଏ ଦେଖେ ସେ ଡ଼ରେ । ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଅଜଗରର ଫଟୋ ଓ ଭିଡ଼ିଓ ଭାଇରାଲ ହେଉଛି, ଯାହା ଦେହରେ ସ୍ମାଇଲ୍ ଚିହ୍ନ ରହିଛି । ଏହି ଅଜବ ସାପକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ପ୍ରଜାତିର ଅଜଗରର ନାମ ହେଉଛି ଡପାଇଡ୍ ବଲ୍ ଅଜଗର । ଏହି ଅଜଗର ସାପଗୁଡ଼ିକ ଅତ୍ୟନ୍ତ ଚମତ୍କାର, ଅନନ୍ୟ ଏବଂ ବିରଳ । କାରଣ ସେମାନଙ୍କ ଶରୀରରେ ‘ସ୍ମାଇଲ୍ ‘ ପରି ଅନନ୍ୟ ଚିହ୍ନ ଦେଖିବାକୁ ମିଳେ । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଏକ ଅଜଗର ସାପକୁ ଜଣେ ବ୍ୟକ୍ତି ହାତରେ ଧରିଛନ୍ତି । ଯାହା ଦେଖିବାକୁ ଧଳା ଏବଂ ସୁବର୍ଣ୍ଣ ହଳଦିଆ ରଙ୍ଗର । ଏହି ସାପର ଶରୀରର ମଝିରେ ସ୍ମାଇଲ ଚିହ୍ନ ରହିଛି । ଏହି ଧଳା ରଙ୍ଗର ସାପ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ । ସାପର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ସାପକୁ ଲା ଡ଼େଭିଲ ନାମକ ଜଣେ ବ୍ୟକ୍ତି ରଖିଛନ୍ତି । ସେ କହିଛନ୍ତି ଯେ, ଏହା କେବଳ ଜିନ୍‌, ଯାହାକୁ ପାଇଡ଼୍ କୁହାଯାଇଥାଏ । ଏହା ବହୁତ କ୍ୱଚିତ୍ ଦେଖିବାକୁ ମିଳେ । ଯାହା ଜର୍ଜିଆରେ ୬୦୦୦ ଡଲାର ଅର୍ଥାତ୍ ପ୍ରାୟ ୪.୩ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ୨୦୨୧ ମସିହାରେ ମଧ୍ୟ ସମାନ ଅଜଗର ସାମ୍ନାକୁ ଆସିଥିଲା । ତାଙ୍କ ଶରୀରରେ ଏପରି ତିନୋଟି ସ୍ମାଇଲ ଚିହ୍ନ ମଧ୍ୟ ଥିଲା । ଦୁଇ ଦଶନ୍ଧି ଧରି ସାପ ପ୍ରଜନନ କରୁଥିବା ଜଷ୍ଟିନ କୋବିଲ୍କା କହିଛନ୍ତି ଯେ ପ୍ରତି ୨୦ ଟି ଅଜଗର୍ ମଧ୍ୟରୁ ଗୋଟିଏରେ ସ୍ମାଇଲ୍ ଭଳି ଚିହ୍ନ ରହିପାରେ ।

Leave A Reply

Your email address will not be published.