Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଫିଲ୍ମ ‘ଜେଲର’ ଦେଖିବେ ରଜନୀକାନ୍ତ

ଲକ୍ଷ୍ନୌ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଗତ ୧୦ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମଟିକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ବକ୍ସ ଅଫିସରେ ବି ଭଲ ବ୍ୟବସାୟ କରୁଛି । ତେବେ ଫିଲ୍ମର ସଫଳତାକୁ ନେଇ ରଜନୀକାନ୍ତ ବେଶ୍ ଖୁସି ଅଛନ୍ତି । ଏହାର ଏତେ ଚାହିଦା ଥିବାରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଫିଲ୍ମ ଦେଖିବେ । ତାହାପୁଣି ଅଭିନେତା ରଜନୀକାନ୍ତ ସହ ମିଶି ସେ ଏହି ଫିଲ୍ମ ଦେଖିବେ ବୋଲି ଜଣାଯାଇଛି ।

ଏ ନେଇ ରଜନୀକାନ୍ତ ଲକ୍ଷେ୍ନା÷ରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ସେ ସମ୍ବାଦିକମାନଙ୍କୁ କହିଛନ୍ତି ଯେ, ନିକଟରେ ରିଲିଜ୍ ହୋଇଥିବା ମୋର ଫିଲ୍ମ ‘ଜେଲର’ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଦେଖିବି । ଭଗବାନଙ୍କ ଆର୍ଶିବାଦରୁ ଏହି ଫିଲ୍ମକୁ ଲୋକେ ବହୁତ ପସନ୍ଦ କରିଛନ୍ତି ।

୭୨ ବର୍ଷୀୟ ରଜନୀକାନ୍ତଙ୍କ ଏବେ ବି ସାଉଥ୍‌ଠାରୁ ବଲିଉଡ଼ ପର୍ଯ୍ୟନ୍ତ ପ୍ରଶଂସକଙ୍କର ଅଭାବ ନାହିଁ । ଏହି ଫିଲ୍ମ ପାଇଁ ତାଙ୍କର ଚାହିଦା ଲୋକମାନଙ୍କ ମଧ୍ୟରେ ଦେଖାଯାଉଛି । ଦୁଇବର୍ଷ ପରେ ଫିଲ୍ମ ‘ଜେଲର’ ଦ୍ୱାରା ସେ ବଡ଼ ପରଦାକୁ ଫେରିଛନ୍ତି । ଫିଲ୍ମ ରିଲିଜ୍‌ର ପ୍ରଥମ ଦିନରେ ୪୮.୩୫ କୋଟି ଟଙ୍କା ରୋଜଗାର କରି ସଭିଙ୍କୁ ଚକିତ କରିଦେଇଛି ।

 

Leave A Reply

Your email address will not be published.