Latest Odisha News

ଦୋକାନ ଆଗରେ ଚା’ ପିଇବା ମନା, ରେଷ୍ଟୁରାଂଟରୁ ନେବେ ପାର୍ସଲ

ଭୁବନେଶ୍ୱର: ଏଣିକି ଦୋକାନ ଆଗରେ ଚା’ ପିଇ ପାରିବେ ନାହିଁ ଗ୍ରାହକ । ଦୋକାନ ଆଗରେ ଚା’ ପିଇବା ଉପରେ କଟକଣା ଲାଗଯାଇଛି । ଖାଦ୍ୟ ବିକ୍ରେୟକାରୀଙ୍କ ପାଇଁ ବିଏମ୍‌ସି ପକ୍ଷରୁ ନୂଆ ଗାଇଡାଲାଇନ୍ ଜାରି ହୋଇଛି ।

ରେଷ୍ଟୁରାଂଟ, ଢ଼ାବା, ରାସ୍ତାକଡ ଠେଳା ଦୋକାନୀଙ୍କ ପାଇଁ ଏହି ଗାଇଡଲାଇନ୍ ଜାରି କରାଯାଇଛି । ହୋଟେଲରେ ଥିବା ଅତିଥିମାନଙ୍କ ପାଇଁ ରେଷ୍ଟୁଂରାଟ ଖୋଲିପାରିବ । ହେଲେ ହୋଟେଲ କିମ୍ବା ରେଷ୍ଟୁଂରାଟରେ ବସି ଖାଇପାରିବେନି ଗ୍ରାହକ । କେବଳ ପାର୍ସଲ ଦେବେ । ସେହିପରି ରାସ୍ତାକଡରେ ଥିବା ଢ଼ାବା ମଧ୍ୟ କେବଳ ଖାଦ୍ୟ ପାର୍ସଲ ଦେଇପାରିବ ।

ରାସ୍ତାକଡ ଜଳଖିଆ ଦୋକାନ, ଗୁପଚୁପ୍‌, ଚାଟ୍‌, କେବଳ ପାର୍ସଲ ଦେବେ । ଚା’, ଲସି, ଜୁସ୍ ଦୋକାନ ମଧ୍ୟ ପାର୍ସଲ ଦେଇପାରିବେ । ରାଜଧାନୀରେ କରୋନ ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.