Latest Odisha News

BREAKING NEWS

ଲଡୁ ପାଇଁ ସ୍ତ୍ରୀକୁ ଛାଡପତ୍ର !

ଉତ୍ତରପ୍ରଦେଶ: ସକାଳୁ ସଂଧ୍ୟାଯାଏଁ ଲଡୁ ଖାଇଖାଇ ଜଣେ ବ୍ୟକ୍ତି ଅତିଷ୍ଠ ହୋଇପଡିଥିଲେ । ଏପରିକି ନିଜ ସ୍ତ୍ରୀକୁ ବାରମ୍ବାର ଖାଇବାରେ ଲଡୁ ନ ଦେବାକୁ ଅନୁରୋଧ କରିବା ସହ ତାଗିଦ ବି କରିଥିଲେ । ହେଲେ ସ୍ତ୍ରୀ ନ ଶୁଣିବାରୁ ସେହି ବ୍ୟକ୍ତି ଜଣକ ଛାଡପତ୍ର ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

ଉତ୍ତରପ୍ରଦେଶ ମିରଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯେଉଁଠି ଲଡୁକୁ ନେଇ ସାଂସାରିକ ଜୀବନରେ ଉଠିଛି ଅଦିନିଆ ଝଡ । ୧୦ ବର୍ଷର ସାଂସାରିକ ଜୀବନରେ ଦମ୍ପତିଙ୍କର ତିନୋଟି ସନ୍ତାନ ଅଛନ୍ତି । ତେବେ ସ୍ୱାମୀର ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ତାଙ୍କ ସ୍ତ୍ରୀ ସକାଳେ ଓ ରାତିରେ ୪ଟି ଲେଖାଏଁ ଲଡୁ ଖାଇବାକୁ ଦେଉଥିଲେ । ତେବେ ବାରମ୍ବାର ଲଡୁ ଖାଇ ଅତିଷ୍ଠ ହୋଇ ଶେଷରେ ସେହି ବ୍ୟକ୍ତି ଜଣକ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି ।

ଅନ୍ୟ କିଛି କାରଣ ନୁହେଁ ବରଂ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ତାନ୍ତ୍ରିକର କଥାରେ ପଡି ମହିଳା ଜଣକ ନିଜ ସ୍ୱାମୀକୁ ଅନବରତ ଲଡୁ ଖାଇବାକୁ ଦେଉଥିଲେ । ଅନ୍ୟପଟେ ଛାଡପତ୍ର ଆବେଦନକୁ ନେଇ ଫ୍ୟାମିଲି କୋର୍ଟର ଅଧିକାରୀମାନେ ବି ଦ୍ୱନ୍ଦରେ ପଡିଛନ୍ତି । କାଉନସେଲିଂ ପାଇଁ ଦମ୍ପତିଙ୍କୁ ବାରମ୍ବାର ଡାକରା ମିଳିଥିଲେ ବି ମହିଳା ଜଣକ କିନ୍ତୁ ନିଜ ଜିଦରେ ଅଟଳ ।

Leave A Reply

Your email address will not be published.