Latest Odisha News

BREAKING NEWS

‘ଦି କେରଳ ଷ୍ଟୋରୀ’ ଫିଲ୍ମର ନିର୍ଦ୍ଦେଶକଙ୍କୁ ଧମକ

ନୂଆଦିଲ୍ଲୀ : ବହୁ ବିବାଦ ପରେ ରିଲିଜ ହୋଇଥିଲା ଫିଲ୍ମ ‘ଦି କେରଳ ଷ୍ଟୋରୀ । ରିଲିଜ୍ ପ‌ରେ ଫିଲ୍ମଟି ଭଲ ବ୍ୟବସାୟ କରିଥିଲେ ବି ଏହାକୁ ନେଇ ବିବାଦ ଏବେ ବି ଲାଗି ରହିଛି । ଏହି ସମୟରେ ଫିଲ୍ମର ନିର୍ଦ୍ଦେଶକ ସୁଦୀପ୍ତୋ ସେନଙ୍କୁ ଏକ ଅଜଣା ନମ୍ବରରୁ ଧମକ ମିଳିଛି । ଘରୁ ବାହାରକୁ ନ ଆସିବାକୁ ଧମକ ଦିଆଯାଇଛି।

ସୁଦୀପ୍ତ ସେନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ଗତ ସପ୍ତାହରୁ ବିବାଦ ଲାଗି ରହିଥିବା ବେଳେ ସୁଦୀପ୍ତୋ ସେନଙ୍କୁ ଏକ ଅଜଣା ନମ୍ବରରୁ ଫୋନ କରି ଘରୁ ବାହାରକୁ ନ ଆସିବାକୁ ଧମକ ଦିଆଯାଇଛି । ତେବେ ଅଜଣା ବ୍ୟକ୍ତି ଜଣକ ପଠାଇଥିବା ମେସେଜ୍‌ରେ ଏକଥା ବି ଉଲ୍ଲେଖ କରାଯାଇଛି ଯେ, କ୍ରୁ ସଦସ୍ୟ ଏପରି କାହାଣୀ ପ୍ରଦର୍ଶନ କରି କିଛି ଭଲ କରିନାହାଁନ୍ତି । ତାଙ୍କ ଟିମ୍‌ର ସଦସ୍ୟଙ୍କୁ ଏକୁଟିଆ ବାହାରକୁ ନବାହାରିବାକୁ ଧମକ ଦେଇଛି।

ତେବେ ବିବାଦ କାରଣରୁ ପଶ୍ଚିମବଙ୍ଗରେ ଫିଲ୍ମ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ହୋଇଥିବା ବେଳେ ତାମିଲନାଡୁରେ ଏହି ଶୋ ବାତିଲ କରାଯାଇଛି । ତେବେ ପୂର୍ବରୁ ‘ଦି କେରଳ ଷ୍ଟୋରୀ’ ଟିମ୍‌ର ସଦସ୍ୟମାନଙ୍କୁ ପୁଲିସ୍‌ ସୁରକ୍ଷା ପ୍ରଦାନ କରିଥିଲ‌ା। ତେବେ ଏ ପର୍ଯ୍ୟନ୍ତ ପୋଲିସ ଲିଖିତ ଅଭିଯୋଗ ଗ୍ରହଣ କରି ନ ଥିବାରୁ ଏ ବାବଦରେ କୌଣସି ମାମଲା ପଞ୍ଜିକୃତ ହୋଇନାହିଁ ।

Leave A Reply

Your email address will not be published.