Latest Odisha News

BREAKING NEWS

ସିକ୍ରେଟ ଲେଟର ସହ ଆମେରିକାର କୌଣସି ସମ୍ପର୍କ ନାହିଁ

କରାଚୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସରକାର ଯିବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ସେ ଏକ ସିକ୍ରେଟ ଲେଟର ଇସ୍ୟୁ ଉଠାଇ ଏହାକୁ ଆହୁରି ରୋଚକ କରି ଦେଇଛନ୍ତି । ପରୋକ୍ଷରେ ଆମେରିକା ଏହି ଲେଟର ପଠାଇଥିବା ପାକିସ୍ତାନର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ଏହାକୁ ଆଜି ଆମେରିକା ପକ୍ଷରୁ ଖଣ୍ଡନ କରାଯାଇଛି । ପାକିସ୍ତାନରେ ଚାଲିଥିବା ଅବିଶ୍ୱାସ ପ୍ରସ୍ତାବ ମାମଲାରେ ଆମେରିକା କିମ୍ବା ଏହାର କୌଣସି ଏଜେନ୍ସିର ହାତ ନାହିଁ ।

BjdElectrycity

ସୂଚନାଯୋଗ୍ୟ, ଆଉ କିଛି ସମୟ ପରେ ଇମ୍ରାନଙ୍କ ସରକାର ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ନେଇ ଆଲୋଚନା ହେବ । ଏହା ପରେ ୩ ଏପ୍ରିଲରେ ଭୋଟିଂ ହେବ । ବୁଧବାର ଇମ୍ରାନ ଦେଶର ସିନିୟର ରିପୋର୍ଟରଙ୍କ ସହ ସରକାର ଭାଙ୍ଗିବା ପାଇଁ କିପରି ବିଦେଶରେ ଷଡଯନ୍ତ୍ର ରଚାଯାଇଛି ତାହା ଶେୟାର କରିଥିଲେ ।

Leave A Reply

Your email address will not be published.