ଓ୍ୱାଶିଂଟନ୍: ଡୋନାଲ୍ଡ ଟ୍ରମ୍ପ ନା ଜୋ ବିଡେନ୍ ? କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି । ଆଜି ସ୍ପଷ୍ଟ ହୋଇଯିବ । ବର୍ତ୍ତମାନ ସୁଦ୍ଧା ଇଲେକ୍ଟୋରାଲ୍ ଭୋଟରେ ଆଗରେ ଅଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍ । ସେ ୨୨୩ଟି ଇଲେକ୍ଟୋରାଲ ଭୋଟ ସହ ଆଗୁଆ ରହିଥିଲା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି ୧୪୮ ଇଲେକ୍ଟୋରାଲ୍ ଭୋଟ୍ ।
ବିଡେନ୍ କେଉଁଠି ବିଜୟୀ ?
ବର୍ତ୍ତମାନ ସୁଦ୍ଧା ଜୋ ବିଜେନ୍ ଓ୍ୱାଶିଂଟନ୍, ଓରେଗନ୍, କାର୍ଲିଫର୍ଣ୍ଣିଆ, ନିଉ ମେକ୍ସିକୋ, ନିଉ ହାମ୍ପସାୟାର, ନ୍ୟୁୟର୍କ, ମାସାଚୁସେଟ୍ସ, ନିଉ ଜର୍ସି, ମେରିଲ୍ୟାଣ୍ଡ, ଭରମଣ୍ଟ, କନକ୍ଟିକଟ୍, ଦେଲାଓ୍ୱାର, କୋଲରାଡୋ, ଆରିଜୋନାରେ ବିଜୟୀ ହୋଇ ସାରିଛନ୍ତି ।
ଟ୍ରମ୍ପ କେଉଁଠି ବିଜୟୀ ?
ସେପଟେ ଡୋନାଲ୍ଡ ଟ୍ରମ୍ପ ସାଉଥ କାରୋଲିନା, ସାଉଥ ଡାକୋଟା, ଅର୍କାନସାସ, ଓ୍ୱେଷ୍ଟ ଭର୍ଜିନିଆ, ଓକଲାହାମ, କେଣ୍ଟୁକୀ, ଇଣ୍ଡିଆନା, ଆଲମ୍ୱା, ଟେନିସୀ, ମସୋରୀ, ମିସିସିପି ରେ ବିଜୟୀ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଡେମୋକ୍ରାଟିକ୍ ପାର୍ଟି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭରେ ବହୁମତ ହାସଲ ଦିଗରେ ଅଗ୍ରସର ହେଉଛି । ସିନେଟ ପାଇଁ ରିପବ୍ଲିକାନ୍ ପାର୍ଟି ଓ ଡେମୋକ୍ରାଟିକ୍ ପାର୍ଟି ମଧ୍ୟରେ କଡ଼ା ମୁକାବିଲ ହେଉଛି । ଫଳାଫଳ ଉପରେ ଆମେରିକାବାସୀଙ୍କ ସମେତ ସାରା ବିଶ୍ୱର ନଜର ରହିଛି ।
BREAKING NEWS
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
- ଗୋରୁ ମାଫିଆଙ୍କ ୮ଟି ସ୍ଥାନରେ ପୋଲିସର ଚଢ଼ାଉ, ୨୦ ଲକ୍ଷ ନଗଦ ଟଙ୍କା ଜବତ
- ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଟ୍ରମ୍ପ… ଚୁକ୍ତି ଚୂଡ଼ାନ୍ତ ନହୁଏ ତେବେ ଇରାନରେ କ’ଣ ହେବ?
- କୁଏତ ଏୟାରବେସ ଉପରେ ଇରାନର ଆକ୍ରମଣ, ୧୫ ଆମେରିକୀୟ ଆହତ
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
- BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍ପେଣ୍ଡ୍
- ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାର ଓ ଏହିମାନେ ପାଇବେ ‘ଝଙ୍କାର’ ପୁରସ୍କାର
- Terror network:ଆତଙ୍କବାଦୀ ମଡ୍ୟୁଲ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ;ପାକିସ୍ତାନ ସହ ଜଡିତ ୨ଅସ୍ତ୍ରଶସ୍ତ୍ର ଚୋରାଚାଲାଣକାରୀ ଗିରଫ
- Metro Rail Project in Odisha: ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି
Comments are closed.