Latest Odisha News

ଆମେରିକୀୟଙ୍କ ପାଇଁ ଆୟକର ହଟାଇବେ ଟ୍ରମ୍ପ! 

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ମାତ୍ରେ ଅନେକ ନିଷ୍ପତ୍ତି ନେବାରେ ଲାଗିଛନ୍ତି। ଏହାରି ମଧ୍ୟରେ ଟ୍ରମ୍ପ ଦେଶରେ ଆୟକର ଉଚ୍ଛେଦ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆୟକର ଉଚ୍ଛେଦ କରିବା ଏବଂ ଏହାକୁ ଟାରିଫ୍ ସହିତ ବଦଳାଇବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ମଧ୍ୟ ଆୟକର ଉଚ୍ଛେଦ ଉପରେ ଗୁରୁତ୍ବାରୋପ କରିଛନ୍ତି। ଯାହା ଫଳରେ ଆଗାମୀ ଦିନରେ ଆମେରିକାରେ ଆୟକର ଉଚ୍ଛେଦ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ଅପରପକ୍ଷରେ ଭାରତରେ ମଧ୍ୟ ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି। ଚଳିତ ଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜନସାଧାରଣଙ୍କୁ ଟିକସ କ୍ଷେତ୍ରରେ ସାମାନ୍ଯ ଆଶ୍ୱସ୍ତି ଦେଇପାରନ୍ତି ବୋଲି ଆଶା କରାଯାଉଛି।

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ବଜେଟ୍ ଉପସ୍ଥାପନ କରିବେ। ଏହି ବଜେଟକୁ ନେଇ ଲୋକଙ୍କ ଅନେକ ଆଶା ରହିଛି।

Comments are closed.