ନୂଆଦିଲ୍ଲୀ: କେଉଁ ଦଳ ଉପରେ କେତେ ଧନବର୍ଷା କରିଛନ୍ତି ଲୋକେ ? ନିର୍ବାଚନୀ ଚାନ୍ଦା କରିଛି ମାଲେମାଲ । ଏବେ ସବୁଠି ବିଜେପି ଟିକେ ଭାରି ପଡିଥିବା ବେଳେ ଚାନ୍ଦା ଆଦାୟରେ ବି ସମସ୍ତଙ୍କୁ ପଛରେ ପକାଇଛି । ହେଲେ ଏଥର କଂଗ୍ରେସର ଚାନ୍ଦା ବି ସମସ୍ତଙ୍କୁ ଚମକାଇ ଦେଇଛି । ପୂର୍ବ ଅପେକ୍ଷେ ରେକର୍ଡ ସଂଖ୍ୟକ ଏଥର କଂଗ୍ରେସକୁ ଚାନ୍ଦା ମିଳିଛି । ସୋମବାର ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ କିଛି ଏଭଳି ରିପୋର୍ଟ ପ୍ରକାଶ ପାଇଛି ।
ନିର୍ବାଚନ କମିଶନଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟ କହୁଛି, ୨୦୨୨-୨୦୨୩ ବର୍ଷ ନିର୍ବାଚନ ପାଇଁ ବିଜେପିକୁ ସ୍ୱେଚ୍ଛାକୃତ ଦାନ ଭାବେ ୨,୧୨୦.୦୬ କୋଟି ମିଳିଥିବା ବେଳେ ୨୦୨୩-୨୦୨୪ ବର୍ଷକୁ ଏହା ବୃଦ୍ଧି ପାଇ ୩,୯୬୭.୧୪ କୋଟି ଟଙ୍କା ଛୁଇଁଛି । ଯାହା ପୂର୍ବାପେକ୍ଷା ୮୭ ପ୍ରତିଶତ ଅଧିକ । ବିଜେପିର ୨୦୨୩-୨୪ ବର୍ଷର ଅଡିଟ୍ ରିପୋର୍ଟରୁ ଏହି ସୂଚନା ସାମ୍ନାକୁ ଆସିଛି । ଏଥିସହିତ ଇଲୋକ୍ଟ୍ରାଲ ବଣ୍ଡ ପକ୍ଷରୁ ୧,୬୮୫.୬୨ କୋଟି ଟଙ୍କା ମିଳିଛି, ଯାହା ଏହା ସଂପୂର୍ଣ୍ଣ ଚାନ୍ଦାର ୪୩ ପ୍ରତିଶତ । ୨୦୨୨-୨୩ରେ ଇଲୋକ୍ଟ୍ରାଲ ବଣ୍ଡ ରୂପରେ ୧,୨୯୪.୧୪ ମିଳିଥିଲା, ଯାହା ପୂରା ଚାନ୍ଦାର ୬୧ ପ୍ରତିଶତ ଥିଲା । ଚାନ୍ଦା ବୃଦ୍ଧି ପାଇଥିଲେ ବି, ବିଜେପିର ମୋଟ ଅବଦାନରେ ନିର୍ବାଚନୀ ବଣ୍ଡର ଅଂଶ ଅଧାରୁ କମ୍ ତଳକୁ ଖସିଛି ।
ତେବେ କହିରଖୁଛୁ, ଗତବର୍ଷ ଫେବୃଆରୀରେ ଇଲୋକ୍ଟ୍ରାଲ ବଣ୍ଡ ଯୋଜନାକୁ ଅସମ୍ବିଧାନିକ ଭାବେ ଦର୍ଶାଇ, ଏହାକୁ ରଦ୍ଦ କରିଥିଲେ କୋର୍ଟ ।
ସେପଟେ କଂଗ୍ରେସର ନିର୍ବାଚନୀ ଚାନ୍ଦା ଏଥର ସମସ୍ତଙ୍କୁ ଚମକାଇ ଦେଇଛି । ନିର୍ବାଚନ ବର୍ଷରେ କଂଗ୍ରେସ ଦାନରେ ଉଲ୍ଲେଖନୀୟ ବୃଦ୍ଧି ପାଇଛି । ଏହାର ମୋଟ ଅବଦାନ ୩୨୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨-୨୩ ବର୍ଷରେ ୨୬୮.୬୨ କୋଟି ଟଙ୍କା ଚାନ୍ଦା ମିଳିଥିବା ବେଳେ ୨୦୨୩-୨୪ ପାଇଁ ୧,୧୨୯ କୋଟି ଟଙ୍କା କେବଳ ଦାନରେ କମେଇଛି କଂଗ୍ରେସ । ଇଲୋକ୍ଟ୍ରାଲ ବଣ୍ଡ ରୂପରେ କଂଗ୍ରେସକୁ ମିଳିଥିଲା, ୧୭୧.୦୨, ଯାହା ପୂର୍ବ ବର୍ଷ ଅପେକ୍ଷା ୭୩ ପ୍ରତିଶତ ବୃଦ୍ଧି ପାଇଁ ୮୨୮.୩୬ କୋଟି ଟଙ୍କା ହୋଇଛି । ଏଥିସହିତ କଂଗ୍ରେସର ନିର୍ବାଚନୀ ଖର୍ଚ୍ଚ ମଧ୍ୟ ୨୦୨୨-୨୩ ଅନୁଯାୟୀ ଏଥର ବୃଦ୍ଧି ପାଇଛି । ୨୦୨୨-୨୩ ରେ ୧୯୨.୫୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ତାହା ବଅଦ୍ଧି ଚଳିତ ଥର ୬୧୯.୬୭ କୋଟି ଟଙ୍କା ହୋଇଛି ।
୨୦୨୩-୨୪ ବର୍ଷ ପାଇଁ ବିଜେଡି ୨୯୭.୮ କୋଟି ଟଙ୍କା ଚାନ୍ଦା ପାଇଛି । ଯାହା ପୂର୍ବାପେକ୍ଷା ୬୪ ପ୍ରତିଶତ ଅଧିକ । ଯେହିପରି ଟିଏମସି ମଧ୍ୟ ଗତଥର ୩୩୩.୪୬ କୋଟି ଟଙ୍କା ଦାନ ପାଇଥିବା ବେଳେ ଏଥର ୬୪୬.୩୯କୁ ବୃଦ୍ଧି ହୋଇଛି । ଏହାର ଆୟର ଅଧିକାଂଶ ପାଖାପାଖି ୯୫ ପ୍ରତିଶତ ଇଲୋକ୍ଟ୍ରାଲ ବଣ୍ଡରୁ ହିଁ ଆସିଛି ।
Comments are closed.