ୱାଶିଂଟନ: ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଫେରିବାକୁ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଅପିଲ୍। ଆମେରିକାର ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡିକ ବିଦେଶୀ ଛାତ୍ର ଏବଂ କର୍ମଚାରୀମାନଙ୍କୁ ଜାନୁଆରୀ ୨୦ ପୂର୍ବରୁ ଫେରିବାକୁ ପରାମର୍ଶ ଦେଇଛନ୍ତି। କାରଣ ଏହିଦିନ ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବେ।
ଟ୍ରମ୍ପ ପ୍ରଶାସନରେ ବେଆଇନ ଭାବରେ ପଶିଥିବା ପ୍ରବାସୀ ଭାରତୀୟଙ୍କୁ ଦେଶରୁ ବହିଷ୍କାର କରିବାର ଆଲୋଚନା ସମୟରେ ମୌସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମଆଇଟି) ସହିତ ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଏଭଳି ନିର୍ଦ୍ଦେଶ ଆସିଛି। ତେବେ ଦେଶରେ ଏକ କୋଟିରୁ ଅଧିକ ପ୍ରବାସୀ ବେଆଇନ ଭାବରେ ଥିବାର ଅନୁମାନ କରାଯାଉଛି।
ଆନ୍ତର୍ଜାତୀୟ ଶିକ୍ଷା ବିନିମୟ ଉପରେ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଆମେରିକାରେ ୧.୧ ମିଲିୟନ୍ ଆନ୍ତର୍ଜାତୀୟ ଛାତ୍ର ଅଛନ୍ତି। ଏଥିମଧ୍ୟରୁ ସର୍ବାଧିକ ୩୩୦୦୦୦ ସଂଖ୍ୟକ ଭାରତୀୟ ଛାତ୍ର ଅଟନ୍ତି। ହାୟର ଏଡ୍ ଇମିଗ୍ରେସନ୍ ପୋର୍ଟାଲ୍ ଆକଳନ କରିଛି ଯେ ବର୍ତ୍ତମାନ ଆମେରିକାରେ ଶିକ୍ଷା ପାଇଁ ୪୦୦୦୦୦ରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ଯେଉଁମାନଙ୍କ ପାଖରେ ଉପଯୁକ୍ତ ଡକ୍ୟୁମେଣ୍ଟ ନାହିଁ।
Comments are closed.