Latest Odisha News

BREAKING NEWS

ଉଦ୍ଧାର କାର୍ଯ୍ୟର ସଫଳତା ପାଇଁ ଭଗବାନଙ୍କୁ ପ୍ରାର୍ଥନା କଲେ ବିଦେଶୀ ବିଶେଷଜ୍ଞ

ଉତ୍ତରକାଶୀ: ୧୭ ଦିନ ବିତିଗଲାଣି । ତଥାପି ମିଳୁନଥିଲା ସଫଳତା ।  ଯେମିତି ବିଜ୍ଞାନ ଏଠି ବିଫଳ ହୋଇ ପଡିଥିଲା ! ପ୍ରକୃତି ପାଖରେ ଯେମିତି ହାର ମାନି ଯାଇଥିଲା ଯନ୍ତ୍ର । ସୂର୍ଯ୍ୟ, ଚନ୍ଦ୍ରରେ ପହଞ୍ଚି ପାରୁଛି..ହେଲେ ୫୦ମିଟର ମାଟିତଳେ ପହଞ୍ଚି ପାରୁନି ମଣିଷ ! ଏହା ପ୍ରକୃତିର ଚାଲେଞ୍ଜ ନୁହେଁ ତ ? ଏମିତି ହତାଶ ଭିତରେ ଭଗବାନ କେବଳ ଭରସା ଥିଲେ ।  ସେଥିପାଇଁ ମେସିନ ସାଙ୍ଗକୁ ଭଗବାନଙ୍କ ପୂଜାର୍ଚ୍ଚନ ଆରମ୍ଭ ହୋଇଥିଲା । ଅପରେଶନର ଶେଷ ସ୍ପର୍ଶ ପାଇଁ ଭଗବାନଙ୍କୁ ଆକୁଳ ନିବେଦନ କରିଥିଲେ ଉଦ୍ଧାରକାରୀ ଟିମ । ଆଉ ଶେଷରେ ତାଙ୍କର ଡାକ ବୋଧହୁଏ ଶୁଣିଥିଲେ ଭଗବାନ ।

ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ସକୁଶଳ ଉଦ୍ଧାର କରିବା ପାଇଁ ଦେଶର ତାର ସବୁ ପ୍ରଯୁକ୍ତି ବିଜ୍ଞାନକୁ ଲଗାଇଛି । ତଥାପି ଗୋଟିଏ ପରେ ଗୋଟିଏ ମେସିନ ଫେଲ ମାରୁଛି । ସେଥିପାଇଁ ମେସିନକୁ ସଫଳ କରାଇବା ପାଇଁ ଭଗବାନଙ୍କ ପୂଜାର୍ଚ୍ଚନା   କରାଯାଉଥିବା ଦେଖିବାକୁ ମିଳିଥିଲା

ଏହି ସୁଡଙ୍ଗ ମୁହଁରେ ଅଛନ୍ତି ବାବା ବୌଖନାଗ । ମଙ୍ଗଳବାର ସକାଳୁ ସକାଳୁ ବାବା ବୌଖନାଗଙ୍କ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଛି । ସବୁଠାରୁ ବଡ କଥା ହେଉଛି, ଉଦ୍ଧାର କାମରେ ସହଯୋଗ କରିବା ପାଇଁ ଆସିଥିବା ଜଣେ ବିଦେଶୀ ଏକ୍ସପର୍ଟ   ଏହି ପୂଜା କରୁଥିଲେ । ଏହି ମନ୍ଦିର ନିକଟରେ ପୂଜକଙ୍କ ସହ ବିଦେଶୀ ଟନେଲ ଏକ୍ସପର୍ଟ ଅର୍ନୋଲ୍ଡ ଡିକ୍ସ ପୂଜାରେ ବସିଥିବା ଦେଖିବାକୁ ମିଳିଥିଲା  ଯାହା ସମସ୍ତଙ୍କୁ ଅବିଭୂତ କରିଥିଲା ।

ଯନ୍ତ୍ର ଉପରେ ବିଶ୍ୱାସ ଥିଲେ ବି ସଫଳତା ସେ ଭଗବାନଙ୍କ ହାତରେ ଛାଡି ଦେଇଛନ୍ତି । ତେଣୁ ସେ ମଧ୍ୟ ପୂଜକଙ୍କ ପାଖରେ ବସି ଯନ୍ତ୍ରର ସଫଳତା ଏବଂ ସକୁଶଳ ଉଦ୍ଧାର କାମ ପାଇଁ ଠାକୁରଙ୍କୁ ପ୍ରାର୍ଥନା କରୁଛନ୍ତି । ଏହି ଦୃଶ୍ୟ ସମସ୍ତଙ୍କ ମନକୁ ଛୁଇଁ ଯାଇଛି ।

ବିଜ୍ଞାନ ସଫଳତା ଏବଂ ଭଗବାନ ଆଶୀର୍ବାଦ ଯୋଗୁ ଆଜି ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ହୁଏତ ଆଉ କିଛି ସମୟ ପରେ ବାହାରିବେ ଶ୍ରମିକ । ଅନ୍ତ ହେବ ସବୁ ପ୍ରତୀକ୍ଷା ।

Leave A Reply

Your email address will not be published.