Latest Odisha News

BREAKING NEWS

ଆସନ୍ତାକାଲି କୋରାପୁଟ ଜିଲ୍ଲାର ୨୫ଟି କେନ୍ଦ୍ରରେ ହେବ ଟିକାକରଣ

କୋରାପୁଟ : ଆସନ୍ତାକାଲି ରାଜ୍ୟରେ ବୟସ୍କଙ୍କୁ ଦିଆଯିବ ଟିକା । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ତେବେ ବିବାଦୀୟ କୋରାପୁଟର କୋଟିଆ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ପ୍ରଶାସନ ପକ୍ଷରୁ ଆସନ୍ତକାଲି କୋଟିଆସ୍ଥିତ ନୂଆ ହସ୍ପିଟାଲରେ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯିବ । ଏନେଇ ସ‌େମାନଙ୍କର ତଥ୍ୟ କୋୱିନ ୨.୦ ପୋର୍ଟାଲରେ ପଞ୍ଜୀକରଣ କରାଯାଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ପଟାଙ୍ଗିରୁ ‌ଏକ ସ୍ବତନ୍ତ୍ର ପ୍ରଶିକ୍ଷଣ ନେଇଥିବା ମେଡିକାଲ ଟିମ୍ କୋଟିଆ ଯିବ । ଗ୍ରାମପୁଞ୍ଜରୁ ପ୍ରତ୍ୟେକ ଆଶା କର୍ମୀ ୧୦ ଜଣ ଲେଖାଏଁ ବରିଷ୍ଠ ନାଗରିକଙ୍କୁ ସାଥୀରେ ଆଣିବାକୁ କୁହାଯାଇଥିବା କହିଛନ୍ତି ସିଡିଏମଓ ମକରନ୍ଦ ବେଉରା । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଏହି ଟିକାରକଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ଆସନ୍ତାକାଲି ଜିଲ୍ଲାରେ ୨୫ଟି ସ୍ଥାନରେ ବରିଷ୍ଠ ନାଗରିକମାନଙ୍କୁ ଟିକା ପ୍ରଦାନ କରିବାକୁ ଯୋଜନା ରହିଛି । କୋରାପୁଟରେ ୨ଟି, ଜୟପୁରରେ ୩ଟି, ବୋରିଗୁମ୍ମାରେ ୩ଟି ଓ ଜିଲ୍ଲାର ଅନ୍ୟ ସବୁ ବ୍ଲକର ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ଟିକାକରଣ କେନ୍ଦ୍ର ଖୋଲାଯାଇଛି ।

Leave A Reply

Your email address will not be published.