Latest Odisha News

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ଭିତରେ ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୫୨ ଆକ୍ରାନ୍ତ । ସୁସ୍ଥ ହେବା ପରେ ଏମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସମ୍ବଲପୁରରୁ ସର୍ବାଧିକ ୧୧ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ, ସୁନ୍ଦରଗଡ଼ରୁ ୭ ଜଣ ସୁସ୍ଥ ହୋଇଛନ୍ତି ।

BjdElectrycity

ସେହିପରି ବଲାଙ୍ଗିରରୁ ୫ ଜଣ, ବରଗଡ଼ ଓ ଦେବଗଡ଼ରୁ ୪ ଜଣ ଲେଖାଏଁ, କଟକ, ଝାରସୁଗୁଡା, ଖୋର୍ଦ୍ଧା, ମୟୂରଭଞ୍ଜ, ନୂଆପଡ଼ାରୁ ୩ ଜଣ ଲେଖାଏଁ, ବାଲେଶ୍ବରରୁ ୨ ଜଣ, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି ଓ ପୁରୀରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇ ଫେରଲେଣି ୩ ଲକ୍ଷ ୩୪ ହଜାର ୫୭୧ ଜଣ ।

Leave A Reply

Your email address will not be published.