Latest Odisha News

ରେଳ ବଜେଟ୍‌ରେ ଅନୁଦାନ କମିଛି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ରେଳ ବଜେଟ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରେଳ ବଜେଟ୍‌ରେ ଓଡ଼ିଶା ପାଇଁ ଅନୁଦାନ କମିଛି । ରେଳ ବଜେଟ୍ ନୈରାଶ୍ୟଜନକ । ଯେତିକି ମିଳିବା କଥା ସେତିକି ମିଳିନି ବୋଲି ସେ କହିଛନ୍ତି । ପୂର୍ବ ବର୍ଷଠାରୁ ଚଳିତ ବର୍ଷର ବଜେଟ୍ କମିଛି । ଆଗାମୀ ଦିନରେ ପ୍ରଧନାମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଚଳିତ ରେଳ ବଜେଟ୍‌ରେ ଓଡ଼ିଶାକୁ ୪,୩୭୩ କୋଟି ଟଙ୍କା ମିଳିିଛି । ଯାହା ଗତବର୍ଷ ଅନୁଦାନ ତୁଳନାରେ କମ୍ ରହିଛି । ରେଳ ବଜେଟ୍‌ରେ ପୂର୍ବତଟ ରେଳବାଇ ପଥ ପାଇଁ ୫ ହଜାର ୮୬୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଓଡ଼ିଶାର ଦୁଇଟି ନୂଆ ରେଳ ଲାଇନ୍‌କୁ ଅନୁମୋଦନ ମିଳିଛି । ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀର ୨୪୧ କିଲୋମିଟର ସହ ନୂଆପଡା-ଗୁଣୁପୁର-ଥେରୁବାଲି ରେଳଲାଇନ୍‌କୁ ବି ଅନୁମୋଦନ ମିଳିଛି ।

Leave A Reply

Your email address will not be published.