Latest Odisha News

BREAKING NEWS

୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ପିଶାଚ ବାପାକୁ ୨୦ ବର୍ଷ ଜେଲ୍‌

କଟକ: ନିଜର ୬ ବର୍ଷିୟା ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ପିଶାଚ ବାପାକୁ ୨୦ବର୍ଷ ସଶ୍ରମ ଜେଲ ଦଣ୍ଡ ପ୍ରଦାନ କରିଛନ୍ତି କଟକ ଆଡ୍ ହକ୍ ଅତିରିକ୍ତ ଦୌରା ଜଜ୍ ଅଦାଲତ ବିଚାରପତି ସବିତା ଦାସ । ଜରିମାନା ରାଶି ପଇଠ ନ କଲେ ଆସାମୀକୁ ଅଧିକ ୪ ମାସ ଜେଲ ଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ।

ସୂଚନାଯୋଗ୍ୟ, ୨୦୨୦ ଅକ୍ଟୋବର ୧୮ରେ ୬ ବର୍ଷର ଶିଶୁକନ୍ୟାକୁ ତାର ବାପା ଦୁଷ୍କର୍ମ କରିବା ନେଇ ଶିଶୁ କନ୍ୟାର ମାଆ କଟକ ମହିଳା ଥାନାରେ ଏତଲା ଦେଇଥିଲେ । ମହିଳା ଥାନା ପୋଲିସ ମାମଲା ରୁଜୁ କରିବା ସହିତ ତଦନ୍ତ କରିଥିଲା । ଅଭିଯୁକ୍ତ ବାପା ବିରୋଧରେ ୨୦୨୦ ଡିସେମ୍ବର ୧୪ରେ ପୁଲିସ ଚାର୍ଜସିଟ ଦାଖଲ କରିଥିଲା ।

ପ୍ରସିକ୍ୟୁସନ ତରଫରୁ ଉପସ୍ଥାପନ କରାଯାଇଥିବା ସାକ୍ଷ୍ୟପ୍ରମାଣ ଆଧାରରେ ଅଦାଲତ ଆସାମୀକୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ରାୟ ପ୍ରକାଶ କରିଛନ୍ତି । ଅଦାଲତ ଆଇପିସିର ଦଫା ୩୫୪-ଏ, ୩୫୪-ବି, ୩୭୬(ଏବି), ୩୭୬(୨)(ଏନ), ୩୭୬(୨)(ଏଫ), ପୋକସୋ ଆଇନର ଧାରା ୧୨ରେ ଅସପାକକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ ସହିତ ୬୬ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି ।

ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଏମ.ଏମ.ବେଗ୍ ମାମଲା ପରିଚାଳନା କରୁଥିଲେ ।

Comments are closed.