Latest Odisha News

ପ୍ଲେ ଅଫର ନିକଟତର ହେଲା ପଞ୍ଜାବ କିଙ୍ଗସ

ଜୟପୁର: ଚଳିତ ଆଇପିଏଲରେ ରବିବାର ଖେଳାଯାଇଥିବା ରୋମାଂଚକ ମୁକାବିଲାରେ ପଞ୍ଜାବ କିଙ୍ଗସ ୧୦ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଏଥିସହ ପଞ୍ଜାବ ପ୍ଲେ ଅଫର ନିକଟତର ହୋଇଛି । ପ୍ରଥମେ ବ୍ୟାଟିଂ କରି ନେହାଲ ବଢ଼େରା ଓ ଶଶାଙ୍କ ସିଂଙ୍କ ବିସ୍ଫୋରକ ଇନିଂସ ବଳରେ ୨୧୯ ରନ ସଂଗ୍ରହ କରିଥିଲା । ନେହାଲ ୩୭ ବଲରେ ୭୦ ଓ ଶଶାଙ୍କ ୩୦ ବଲରେ ୫୯ ରନ କରିଥିଲେ । ଜବାବରେ ହରପ୍ରୀତ ବରାରଙ୍କ ଚମତ୍କାର ବୋଲିଂ ଯୋଗୁ ରାଜସ୍ଥାନ ୨୦୯ ରନ କରିବାକୁ ସକ୍ଷମ ହୋଇଥିଲା । ହରପ୍ରୀତ ୨୨ ରନରେ ୩ଟି ୱିକେଟ ଅକ୍ତିଆର କରିଥିଲେ । ମାର୍କୋ ଜାନେସନ ଓ ଅଜମତୁଲ୍ଲା ଓମ୍ରଜାଇ ୨ଟି ଲେଖାଏଁ ୱିକେଟ ନେଇଥିଲେ ।

ଯଶସ୍ୱୀ ଜୈସୱାଲ ଓ ବୈଭବ ସୂର୍ଯ୍ୟବଂଶୀ ପ୍ରଥମ ୱିକେଟରେ ରାଜସ୍ଥାନ ପାଇଁ ୭୬ ରନ ସଂଗ୍ରହ କରି ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । ଯଶସ୍ୱୀ ୨୫ ବଲରେ ୫୦ ଓ ବୈଭବ ୧୫ ବଲରେ ୪୦ ରନ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଧ୍ରୁବ ଜୁରେଲଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରି ନ ଥିଲେ । ଜୁରେଲ ୫୩ ରନ କରିଥିଲେ । ପଞ୍ଜାବ ୧୨ ମ୍ୟାଚରୁ ୧୭ ପଂଏଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ରାଜସ୍ଥାନ ୧୩ ମ୍ୟାଚରୁ ୬ ପଂଏଟ ସହ ୯ମ ସ୍ଥାନରେ ରହିଛନ୍ତି ।

Comments are closed.