Latest Odisha News

BREAKING NEWS

ଫେବୃଆରୀ ୬ରେ ଅଦାଲତରେ ହଜାର ହେବାକୁ ରାଜ ଠାକରେଙ୍କୁ କୋର୍ଟଙ୍କ ଆଦେଶ

ମୁମ୍ବାଇ:ମହାରାଷ୍ଟ୍ର ନବ ନିର୍ମାଣ ସେନା (MNS) ଅଧ୍ୟକ୍ଷ ରାଜ ଠାକରେଙ୍କୁ ନବୀ ମୁମ୍ବାଇର ଭାସି କୋର୍ଟ ଫେବୃଆରୀ ୬ ତାରିଖରେ ଅଦାଲତରେ ହଜାର ହେବାକୁ ଆଦେଶ ଜାରି କରିଛନ୍ତି ।

ସୂଚନାଯୋଗ୍ୟ,ରାଜ ଠାକରେ ୨୦୧୪ ଜାନୁଆରୀ ୨୬ ତାରିଖରେ ଦଳର ସମ୍ମିଳନୀରେ ନିଜ ଅଭିଭାଷଣରେ ଟୋଲ ଗେଟ ବନ୍ଦ କରିବାକୁ କହିଥିଲେ । ଏହି ଭାଷଣ ପରେ ମନସେ ସହର ଅଧ୍ୟକ୍ଷ ଗଜାନନ କାଲେ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଭାସି ଟୋଲ ଗେଟରେ ଭଙ୍ଗାରୁଜା କରିଥିଲେ । ଏହି ମାମଲାରେ ପୋଲିସ ରାଜ ଠାକରେ ଓ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲା । 

Leave A Reply

Your email address will not be published.