Latest Odisha News

BREAKING NEWS

ସାମ୍ବାଦିକାଙ୍କୁ ଦୁଷ୍କର୍ମ ଓ ଏସିଡ୍ ଆକ୍ରମଣ ଧମକ, ତାଙ୍କ ବନ୍ଧୁଙ୍କୁ ବି ହତ୍ୟା ଚେତାବନୀ

ନୂଆଦିଲ୍ଲୀ : ପୁରସ୍କାର ବିଜେତା ସାମ୍ଵାଦିକା ନେହା ଦୀକ୍ଷିତଙ୍କୁ ଦୁଷ୍କର୍ମ ଏବଂ ଏସିଡ୍ ଆକ୍ରମଣ ଧମକ । ସେ ଟ୍ଵିଟ୍‌ରରେ ଘଟଣା ସଂପର୍କରେ ବିସ୍ତୃତ ଲେଖି ଅଭିଯୋଗ କରିଛନ୍ତି ଯେ, କେହି ଜଣେ ଗତ ସେପ୍ଟେମ୍ବରରୁ ବିଭିନ୍ନ ନମ୍ବରରେ କଲ୍ କରି ଦୁଷ୍କର୍ମ ଏବଂ ଏସିଡ୍‌ ଆକ୍ରମଣର ଧମକ ଦେଉଛି । କେବଳ ଏତିକି ନୁହେଁ ମୋର ପାର୍ଟନର ନକୁଳକୁ ମଧ୍ୟ ଜୀବନରୁ ମାରି ଦେବାକୁ ଧମକ ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି । କେହି ମୋର ଘର ଭାଙ୍ଗିବାକୁ ଚାହୁଁଥିବା ସାମ୍ବାଦିକା କହିଛନ୍ତି ।

ନେହା କହିଛନ୍ତି, ଉକ୍ତ ଅଜଣା ବ୍ୟକ୍ତି ମୁଁ ରହୁଥିବା ପ୍ରକୃତ ଠିକଣା ଜାଣିଛି । ମୁଁ ସାମ୍ବାଦିକା ଜାଣିବା ସତ୍ଵେ ବି ବାରମ୍ବାର ଫୋନ୍ କରି ମୋତେ ଆକ୍ରମଣ ସହ ଜୀବନରୁ ମାରି ଦେବାକୁ ଧମକ ଦେଉଛି । ଅନେକ ନମ୍ବରରୁ ଏବଂ ବିଭିନ୍ନ ସ୍ଵରରେ ମୋ ପାଖକୁ ଫୋନ୍ କରାଯାଉଛି । ୧୨ରୁ ଅଧିକ ନମ୍ବର ଏହି କାମରେ ବ୍ୟବହାର ହୋଇ ସାରିଲାଣି । ଉକ୍ତ ବ୍ୟକ୍ତି ମୋ ପାର୍ଟନର ନକୁଲ କେଉଁଠି ଅଛି ତାହା ମଧ୍ୟ ଜାଣିଛି । ଉଭୟକୁ ମାରି ଦେବାକୁ ଧମକ ଦେଉଛି । ନକୁଲ ଜଣେ ଡକ୍ୟୁମେଣ୍ଟାରି ଫିଲ୍ମ ନିର୍ମାତା । 

ସେ କହିଛନ୍ତି ଜାନୁଆରୀ ୨୫ ସକାଳ ପ୍ରାୟ ୯ଟାରେ କେହି ଜଣେ ଘର ଭିତରକୁ ପଶିବାକୁ ଉଦ୍ୟମ କରିଥିଲା । କବାଟ ଖୋଲି ଚିତ୍କାର କରିବାରୁ ବ୍ୟକ୍ତି ଜଣକ ଫେରାର ହୋଇ ଯାଇଥିଲା । ଏ ନେଇ ମୁଁ ସ୍ଥାନୀୟ ପୋଲିସ ଷ୍ଟେସନରେ ଏଫଆଇଆର ଦେଇଛି । ନେହା ସାମାଜିକ ନ୍ୟାୟ, ରାଜନୀତି ଓ ଲିଙ୍ଗଗତ ହିଂସାର ଖବର ପ୍ରସାରଣ ପାଇଁ ପରିଚିତ।

Leave A Reply

Your email address will not be published.