Latest Odisha News

BREAKING NEWS

୧୨ଟି ସରକାରୀ ସ୍କୁଲର ୭୨ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ

ରେୱାରୀ: ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ଉପରେ କରୋନା ଚଡକ । ବୁଧବାର ହରିୟାଣାର ରେୱାରୀ ନୋଡାଲ୍ ଅଫିସରଙ୍କ ରିପୋର୍ଟ ସମସ୍ତଙ୍କୁ ତାଜୁବ କରିଥିଲା । ଗୋଟିଏ କି ଦୁଇଟି ନୁହେଁ ୧୨ଟି ସ୍କୁଲରୁ ୭୨ ଜଣ ଛାତ୍ରଛାତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ବାହାରିଥିବା ଜଣାପଡିଛି ।

ନୋଡାଲ୍ ଅଫିସରଙ୍କ ଅନୁଯାୟୀ ପ୍ରାୟ ୮ମାସ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ପରେ ସରକାରୀ ନିର୍ଦ୍ଦଶାନୁକ୍ରମେ ନଭେମ୍ବର ୨ରେ ଖୋଲିଥିଲା । ତେବେ ପାର୍ବଣ ଋତୁ ଚାଲିଥିବାରୁ ଛାତ୍ରଛାତ୍ରୀମାନେ ବନ୍ଧୁବାନ୍ଧବଙ୍କ ସଂସ୍ପର୍ଶରେ ଆସିଥିଲେ । ଏହି କାରଣରୁ ଛାତ୍ରଛାତ୍ରୀଙ୍କର କରୋନା ଟେଷ୍ଟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ଅନ୍ୟପଟେ ଝାଝର ଜିଲ୍ଲାରେ ୩୭ଜଣ ଛାତ୍ରଛାତ୍ରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏପରି ସ୍ଥିତିରେ ଯେଉଁ ସବୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ ବାହାରିଛି, ସେଗୁଡିକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ହରିୟାଣାର ଶିକ୍ଷାମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.