Latest Odisha News

BREAKING NEWS

ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଥାଳିରେ ମହଙ୍ଗା ମାଡ଼: ପରିବା ଦର ଆକାଶଛୁଆଁ, ସ୍କୁଲରେ ପିଲା ଖାଇବେ କଣ ?

ନବରଙ୍ଗପୁର: ପରିବା ଦର ଏବେ ଆକାଶ ଛୁଆଁ । ଶହେ ଟଙ୍କା ତଳକୁ ପରିବା ମିଳିବା ପ୍ରାୟ ଅସମ୍ଭବ ହୋଇପଡ଼ିଲାଣି । ଏପରିକି ଅନେକ ପରିବା ଦର ଦୁଇ ଶହ ଟଙ୍କା ଉପରେ ମଧ୍ୟ ବିକ୍ରି ହେଉଛି । ସପ୍ତାହେ ହେବ ପରିବା ଦର ଉପରମୁହାଁ ହୋଇଛି । ଦର ବଢୁଥିବାରୁ ଲୋକେ ବଜାରରୁ କମ୍ ପରିବା କିଣୁଛନ୍ତି । ଗୋଟିଏ କିଲୋ ପରିବା କିଣିବା ଜାଗାରେ ଅଢେଇ ଶହ ଓ ଅଧ କିଲୋରେ ଚଳାଇ ନେଉଛନ୍ତି । ଖାଇବା ଥାଳିରେ ଏବେ ଆଉ ପରିବା ତରକାରୀ ଦେଖିବାକୁ ମିଳୁନାହିଁ । ବିନା ପରିବାର ତରକାରୀରେ ଚଳାଇ ନେଉଛନ୍ତି ଲୋକେ । ବିଦ୍ୟାଳୟରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଥାଳିରୁ ପରିବା ଗାଏବ ହୋଇଯାଇଛି । ଡାଲମାରେ ପରିବା ବଦଳରେ କେବଳ ଆଳୁ ଆଉ ଅମୃତଭଣ୍ଡା ପଡୁଛି ।

ପନିପରିବା ଗୁଡିକର ଆହେତୁକ ଦର ବୃଦ୍ଧି କାରଣରୁ ଗ୍ରାହକ ବଜାର ଯିବାପାଇଁ ଭୟ କରୁଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ଥିବା ଆବାସିକ ବିଦ୍ୟାଳୟ ସହ ଅନ୍ୟ ବିଦ୍ୟାଳୟ ଗୁଡିକରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଥାଳିରୁ ଗାଏବ ହୋଇଯାଇଛି ସବୁଜ ପରିବା । ଗତ ଏକ ମାସ ଧରି ଛାତ୍ରଛାତ୍ରୀ ମାନେ ଖାଇବା ତ ଦୂରର କଥା ସବୁଜ ପନିପରିବା ଦେଖି ଭି ନଥିବା କହିଛନ୍ତି ଛାତ୍ରଛାତ୍ରୀ। ଏକମାସ ପୂର୍ବରୁ ସରକାରଙ୍କ ଦ୍ୱାରା ସ୍ୱୀକୃତ ବିଦ୍ୟାଳୟ ଗୁଡିକର ମଧ୍ୟାହ୍ନ ଭୋଜନ ମେନୁ ଠିକ ଭାବରେ ଚାଲିଥିଲା କିନ୍ତୁ ପନିପରିବା ଗୁଡିକର ଆକାଶ ଛୁଆଁ ଦର ବୃଦ୍ଧି ଘଟିବା ପରେ ମଧ୍ୟାହ୍ନ ଭୋଜନ ମେନୁ ଗଡବଡ଼ ହୋଇଯାଇଛି। ପ୍ରଭାବିତ ହୋଇଛନ୍ତି କୁନି କୁନି ଛାତ୍ରଛାତ୍ରୀମାନେ । ସୋମବାର,ମଙ୍ଗଳବାର,ଗୁରୁବାର ଆଉ ଶୁକ୍ରବାର ଛାତ୍ରଛାତ୍ରୀଙ୍କୁ ଭୋଜନରେ ସବୁଜ ପନିପରିବା ରୋଷେଇ କରି ଦେବାର ନିୟମ ରହିଛି କିନ୍ତୁ ପନିପରିବାର ମହଙ୍ଗା ମାଡ଼ କାରଣରୁ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ପନିପରିବା କିଣିବା ସମ୍ଭବ ହୋଇପାରୁନଥିବାରୁ ଫୁଲକୋବି, ପତ୍ରକୋବି,ବାଇଗଣ, ଟମାଟ,ବିନ, କାଙ୍କଡ଼,ସ୍ଥାନରେ ଲାଉ, ବୈତାଳୁ ଓ ଆଳୁରେ କାମ ଚଳାଇବାକୁ ପଡୁଚି।

ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି । ସରକାର ମୁଣ୍ଡ ପିଛା ଅର୍ଥ ମଧ୍ୟ ଦେଉଛନ୍ତି । ହେଲେ ମହଙ୍ଗା ବଜାରରେ ସରକାରୀ ଅନୁଦାନ କମ୍ ପଡୁଛି । ପନିପରିବା ଓ ଡାଲି କିଣି ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସମ୍ଭବ ହେଉନାହିଁ ।

Leave A Reply

Your email address will not be published.