Latest Odisha News

BREAKING NEWS

ତିତଲି ବାତ୍ୟା: ଖୋର୍ଦ୍ଧାରୋଡ ଓ ବିଜୟନଗରମ୍ ମଧ୍ୟରେ ରେଳ ଚଳାଚଳ ବାତିଲ

ଭୁବନେଶ୍ୱର : ଓଡିଶା ଓ ଆନ୍ଧ୍ରରେ ଉପୁଜିଥିବା ବାତ୍ୟା ତିତଲିକୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ରୋଡ ଓ ବିଜୟନଗରମ୍ ମଧ୍ୟରେ ୧୦ ତାରିଖ ବୁଧବାର ଦିନ ଠାରୁ ରେଳ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ଭଦ୍ରକ ଷ୍ଟେସନରେ ବୁଧବାର ସନ୍ଧ୍ୟା ୫ଟା ୧୫ମିନିଟ୍ ଠାରୁ ହାୱଡା/ଖଡଗପୁରକୁ ସମ୍ପୂର୍ଣ୍ଣ ଟ୍ରେନ ଚଳାଚଳ ବନ୍ଦ କରିଦିଆଯାଇଛି । ସେହିପରି ଦୁଭଡା (ବିଶାଖାପଟ୍ଟନମ୍) ଷ୍ଟେସନରେ ସନ୍ଧ୍ୟା ୬ଟା ୪୦ ପରଠାରୁ ହାଇଦ୍ରାବାଦ/ବିଶାଖାପାଟଣା ଆଡୁ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବା ନେଇ ଜଣାପଡିଛି ।

ଇଷ୍ଟକୋଷ୍ଟ ରେଲୱେ ଅଧିନରେ ରହିଥିବା ସମସ୍ତ ଦୂରଗାମୀ ଟ୍ରେନ ଗୁଡିକୁ ଖୋର୍ଦ୍ଧା ରୋଡ ଏବଂ ବିଜୟନଗରମ୍ ଦେଇ ଯିବାକୁ ଥିବା ଟ୍ରେନ ଗୁଡିକ ନାଗପୁର-ବହ୍ଲାରଶାହ-ବିଜୟୱାଡା ଦେଇ ଚଳାଚଳ କରିବ । ଅନ୍ୟପକ୍ଷରେ ପରିସ୍ଥିତିକୁ ଦେଖି ଆଉ କିଛି ଟ୍ରେନକୁ ବାତିଲ କରାଯାଇପାରେ ବୋଲି ସୂଚନା ମିଳିଛି ।

ବୁଧବାର ରାତି ୧୦ଟା ପରଠାରୁ ଖୋର୍ଦ୍ଧା ରୋଡ ଓ ବିଜୟନଗରମ୍ ଦେଇ କୌଣସି ଟ୍ରେନ ଚଳାଚଳ କରିବ ନାହିଁ ।

ପୁରୀରେ ପ୍ରବଳ ବୃଷ୍ଟିପାତକୁ ଆଶଙ୍କା କରି କେତେକ ଟ୍ରେନର ଚଳାଚଳ ସମୟ ପୁନଃ ନିର୍ଦ୍ଧାରଣ କରାଯାଇଛି ।

• ୨୦୮୧୩ ପୁରୀ-ଯୋଧପୁର ଏକ୍ସପ୍ରେସ (ପୁରୀରୁ ସନ୍ଧ୍ୟା ୫ଟା ୫୫ମିନିଟ ପରିବର୍ତ୍ତେ ୭ଟା ୪୫ରେ ଛାଡିବ)
• ୧୮୪୦୫ ପୁରୀ-ଅହମଦାବଦ ଏକ୍ସପ୍ରେସ (ପୁରୀରୁ ସନ୍ଧ୍ୟା ୬ଟା ୨୦ମିନିଟ ପରିବର୍ତ୍ତେ ରାତି ୯ଟା ୨୫ରେ ଛାଡିବ)
• ୧୮୪୨୫ ପୁରୀ-ଦୁର୍ଗ ଏକ୍ସପ୍ରେସ (ପୁରୀରୁ ସନ୍ଧ୍ୟା ୬ଟା ୩୦ମିନିଟ ପରିବର୍ତ୍ତେ ରାତି ୧୧ଟା ୩୦ରେ ଛାଡିବ)
• ୧୨୮୮୨ ପୁରୀ-ହାୱଡା ଗରୀବ ରଥ ଏକ୍ସପ୍ରେସ ରାତି ୧୦ଟା ୧୦ରେ ପୁରୀ ଛାଡିବା ପରିବର୍ତ୍ତେ ଗୁରୁବାର ଭୋର ୫ଟାରେ ଛାଡିବ ।

ଅନ୍ୟପକ୍ଷରେ ଇଷ୍ଟକୋଷ୍ଟ ରେଲୱେର ଆଗାମୀ ବୁଲେଟିନ ଅପଡେଟ ପାଇଁ ଅପେକ୍ଷା କରିବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.