Latest Odisha News

BREAKING NEWS

ପୁରୀରେ ମିଥୁନ ଚକ୍ରବର୍ତ୍ତୀ, ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କଲେ

ପୁରୀ: ଭେଟେରାନ୍ ବଲିଉଡ଼ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା ଗ୍ରହଣ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଅନେକ ଦିନ ପୂର୍ବରୁ ମିଥୁନ ପୁରୀ ଆସି ଶ୍ରୀଜୀଉମାନଙ୍କୁ ଦର୍ଶନ କରିବେ ବୋଲି ମନସ୍ଥ କରିଥିଲେ । ପୁରୀରେ ଗୁରୁବାର ଦିନ ତାଙ୍କ ପରିବାରବର୍ଗଙ୍କ ସହିତ ପହଞ୍ଚି ମିଥୁନ ଶ୍ରୀମନ୍ଦିରକୁ ଯାଇଥିଲେ । ସେଠାରେ ଦଇତାପତି ରାମକୃଷ୍ଣ ଦାସମହାପାତ୍ରଙ୍କ ସହିିତ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।

ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ମିଥୁନ ସିଂହଦ୍ୱାରରେ ପତିତପାବନଙ୍କୁ ଦର୍ଶନ କରି ପ୍ରଣାମ କରିଥିଲେ । ମନ୍ଦିର ଭିତରେ ବେଢା ପରିଦର୍ଶନ କରି ମିଥୁନ ମାଆ ବିମଳା, ଦେବୀ ସରସ୍ୱତୀ ଏବଂ ଶ୍ରୀଲକ୍ଷ୍ମୀ ମନ୍ଦିର ଦର୍ଶନ କରିଥିଲେ । ପରେ ସେ ତାଙ୍କ ପରିବାର ସହିତ ଆନନ୍ଦବଜାର ଭିତରେ ମଧ୍ୟ ବୁଲିଥିବାର ଦେଖାଯାଇଥିଲା । ସେଠାରେ ସେ ବ୍ରାହ୍ମଣ ମାନଙ୍କୁ ଏକ ବ୍ରାହ୍ମଣ ଭୋଜନୀ ଦେଇ ଆପ୍ୟାୟିତ କରିଥିବାର ସୂଚନା ମିଳିଛି ।

ଏହି ଭେଟେରାନ୍ ଆକ୍ଟର ଜଣକ ବୁଧବାର ରାତିରେ ପୁରୀରେ ପହଞ୍ଚି ସେଠାରେ ଅବସ୍ଥାନ କରିଥିଲେ ।

ମିଥୁନ ଚକ୍ରବର୍ତ୍ତୀ ଯେପରି ସୁବିଧାରେ ଠାକୁର ଦର୍ଶନ କରିପାରିବେ ସେଥିଲାଗି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା ।

Leave A Reply

Your email address will not be published.