Latest Odisha News

BREAKING NEWS

ବିଶିଷ୍ଟ ମଞ୍ଚ କଳାକାର ନିତ୍ୟାନନ୍ଦ ଦାସଙ୍କ ପରଲୋକ

ପୁରୀ: ଲୋକପ୍ରିୟ କଳାକାର, ହାସ୍ୟ ଅଭିନେତା ତଥା ମଞ୍ଚ ନିର୍ଦ୍ଦେଶକ ନିତ୍ୟାନନ୍ଦ ଦାସଙ୍କ ପୁରୀର ଏକ ଘରୋଇ ହସ୍ପିଟାଲରେ ବୁଧବାର ଦିନ ପରଲୋକ ହୋଇଯାଇଛି । ହୃଦରୋଗରେ ଆକ୍ରାନ୍ତ ଥିବା ସ୍ୱଗତଃ ନିତ୍ୟାନନ୍ଦ ଦାସଙ୍କୁ ମୃତ୍ୟୁ ବେଳକୁ ୮୩ ବର୍ଷ ବୟସ ହୋଇଥିଲା ।

ମୃତ୍ୟୁ ପରେ ତାଙ୍କର ପାର୍ôଥବ ଶରୀରକୁ ପୁରାତନ ଅର୍ଣ୍ଣପୂର୍ଣ୍ଣା ଥିଏଟରକୁ ନିଆଯାଇଥିଲା, ସେଠାରେ ବହୁସଂଖ୍ୟାରେ କଳାକାର ଏବଂ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ବିଶିଷ୍ଟ କଳାକାର ନିତ୍ୟାନନ୍ଦ ଦାସଙ୍କ ମରଶରୀରକୁ ପରେ ତାଙ୍କର ବାଲିସାହିସ୍ଥିତ ବାସଭବନକୁ ନିଆଯାଇଥିଲା ଏବଂ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

ଏହି ବିଶିଷ୍ଟ କଳାକାର ୧୯୫୭ ରୁ ୧୯୯୦ ମସିହା ପର୍ଯ୍ୟନ୍ତ ମଞ୍ଚ ନାଟକ ଲାଗି ତାଙ୍କର ମୂଲ୍ୟବାନ ଜୀବନ ଉତ୍ସର୍ଗ କରିଛନ୍ତି । ମଞ୍ଚ ନାଟକ ଜଗତରେ ସେ ପ୍ରଥମେ ‘ବାଡୁଅ ଝିଅ’ ନାମକ ଏକ ନାଟକରେ ଜଣେ ହାସ୍ୟ ଅଭିନେତା ଭାବେ ଅଭିନୟ କରି ତାଙ୍କର ଥିଏଟର୍ ଜୀବନ ଆରମ୍ଭ କରିଥିଲେ । ଏହି ନାଟକ ତାଙ୍କୁ ବେଶ୍ ଲୋକପ୍ରିୟ ମଧ୍ୟ କରିପାରିଥିଲା । ସେ ପ୍ରାୟ ୧୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ଭାବେ ଅଭିନୟ କରିଛନ୍ତି ।

ସ୍ୱର୍ଗତ ନିତ୍ୟାନନ୍ଦ ଦାସ ୫୦ରୁ ଅଧିକ ମଞ୍ଚ ନାଟକର ନିର୍ଦ୍ଦେଶନା ଦେଇଛନ୍ତି ।

ସେ ୨୦୦୬ ମସିହାରେ ସମ୍ମାନଜନକ ‘ସଙ୍ଗୀତ ନାଟକ ଏକାଡ଼େମୀ’ ପୁରସ୍କାରରେ ପୁରସ୍କୃତ ହୋଇଥିଲେ ।

Leave A Reply

Your email address will not be published.